ଏଆଇଡିଏସଓ ପକ୍ଷରୁ ବିଭିନ୍ନ ଶିକ୍ଷା ସମସ୍ୟା ଦାବିରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
22

ବ୍ରହ୍ମପୁର ତା ୨୯/୧୦/୨୦୨୪: ଆଜି ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା,ସରକାରୀ ଶିକ୍ଷାକୁ ସୁରକ୍ଷିତ କରିବା, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ସରକାରୀ ବିଶ୍ବବିଦ୍ୟାଳୟଗୁଡିକର ସ୍ଵାୟତ୍ତତା ଫେରାଇ ଦେବା,ବାତ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ଫିସ୍ ଛାଡ କରିବା,ଜିଲ୍ଲା ସମେତ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକ ତୁରନ୍ତ ଖୋଲିବା,ଏନଟିଏକୁ ରଦ୍ଧ କରିବା ଓ ପରୀକ୍ଷା ପରିଚାଳନାରେ ସମସ୍ତ ଅନିୟମିତତା ଦୂର କରିବା, ଏମବିବିଏସ ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ନାମ ପଞ୍ଜିକରଣ ଫିସ୍ ସମ୍ପୂର୍ଣ୍ଣ ଛାଡ କରିବା, ଡାକ୍ତରୀ ଶିକ୍ଷାରେ ଅବୈଜ୍ଞାନିକ ସିବିଏମଇ ପ୍ରଚଳନ ବନ୍ଦ କରିବା ଓ ନେକ୍ସଟ୍ ବାତିଲ କରିବା, ଚାରି ବର୍ଷିଆ ଡିଗ୍ରି କୋର୍ସ ପ୍ରଚଳନ ବନ୍ଦ କରିବା, ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା, ଗବେଷଣା ପାଇଁ ରିସର୍ଚ୍ଚ ସ୍କଲାର ମାନଙ୍କ ମଧ୍ୟରେ ଭେଦଭାବ
ନରଖୁ ସମସ୍ତଙ୍କୁ ସମ୍ମାନର ସହ ନିୟମିତ ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ କରିବା, ରିସର୍ଚ୍ଚ ପାଇଁ ଜିଡିପିର ୩% ଖର୍ଚ୍ଚ କରିବା,ନବଜାଗରଣ ତଥା ସ୍ଵାଧୀନତା ସଂଗ୍ରାମର ନେତାମାନଙ୍କ ଜୀବନ ସଂଗ୍ରାମକୁ ପାଠ୍ୟ ପୁସ୍ତକରୁ ହଟାଇବା ବନ୍ଦ କରିବା,ଅବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ତଥା ଇତିହାସର ବିକୃତିକରଣ ବନ୍ଦ କରିବା, କେନ୍ଦ୍ର ବଜେଟର ୧୦% ଓ ରାଜ୍ୟ ବଜେଟର ୩୦% ଶିକ୍ଷା ପାଇଁ ବ୍ୟୟ ବରାଦ କରିବା,କ୍ୟାମ୍ପସ ଓ ବାହାରେ ଛାତ୍ରୀ ତଥା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା,ଅଶ୍ଳୀଳତା-ଅପସଂସ୍କୃତି-ମଦ,ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ କରିବା, ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇ ଦେବା ଓ ସମସ୍ତଙ୍କ ପାଇଁ ଚାକିରୀ ସୁନିଶ୍ଚିତ କରିବା ଆଦି ଦାବିରେ ଏ ଆଇ ଡି ଏସ୍ ଓ ରାଜ୍ୟବ୍ୟାପୀ ବିକ୍ଷୋଭର ଆହ୍ବାନରେ ଏ ଆଇ ଡି ଏସ୍ ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here