ନବଜୀବନ ସେବା ଆଶ୍ରମ ରେ ଆଲୋକର ପର୍ବ ଦୀପାବଳି ପାଳିତ

0
5

ବ୍ରହ୍ମପୁର,୦୧/୧୧/୨୦୨୪:ବ୍ରହ୍ମପୁର ନିକଟସ୍ଥ ମଦନମୋହନ ପୁର ସ୍ଥିତ ନବଜୀବନ ସେବା ଆଶ୍ରମ ପରିସରରେ ଆଲୋକର ପର୍ବ ଦୀପାବଳି ଦିବସ ଅବସରରେ ଦୀପ ମହୋତ୍ସବ ଅନୁଷ୍ଠାନ ର ସଭାପତି ଡ଼ଃ ସଂଗୀତା ବାବୁ ଙ୍କ ଅଧକ୍ଷତା ରେ ଦ୍ଵୀପ ପ୍ରଜ୍ଜଳନ କରିଥିଲେ। ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭଗବାନ ତ୍ରିପାଠୀ ଏବଂ ବିଶ୍ୱହିନ୍ଦୁ ପରିଷଦର ର ଗଂଜାମ ଜିଲ୍ଲା କାର୍ଯକାରୀ ସଭାପତି ଅଜିତ ମହାପାତ୍ର ଉପସ୍ଥିତିରେ ଆରମ୍ଭ ହୋଇଥିଲା । ଏହି ଅବସରରେ ମନ୍ତ୍ରୀଙ୍କ ଦ୍ବାରା ଶିଶୁ ମାନଙ୍କୁ ଆଶ୍ରମର ୟୁନୀଫର୍ମ ବଣ୍ଟନ କରାଯାଇଥିଲା ଏବଂ ଦେଶ ପାଇଁ ନିଜ ଜୀବନକୁ ପ୍ରାଣ ବଳି ଦ୍ବାରା ସମର୍ପିତ କରିଥିବା ଦେଶର ବୀର ଯବାନଙ୍କୁ ଦୀପ ଦାନ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପରିବ‌ହନ ମନ୍ତ୍ରୀ ମାନ୍ୟବର ବିଭୁତି ଭୂଷଣ ଜେନା ଗୋଶାଳା ପରିଦର୍ଶନ କରି ଆଶ୍ରମର ଶିଶୁ ମାନଙ୍କ ଗହଣରେ ରହି ଶିଶୁ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ପରେ ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଦୀପଦାନ ଅବସରରେ ଓଡ଼ିଶାର ବରପୁତ୍ର ମାନଙ୍କ ଉଦ୍ଦେଶ୍ୟ ରେ ଅନ୍ତେବାସୀ ଙ୍କ ଗହଣରେ ଦୀପଦାନ ଦେଇଥିଲେ।ଅନୁଷ୍ଠାନ ତରଫରୁ ତିନିଜଣଙ୍କୁ ଯଥା ନୂର ସାର, ଏସ.ବାଳକୃଷ୍ଣ ଙ୍କୁ ରେଡି, ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଧନା ଦିଆ ଯାଇଥିଲା ଅନ୍ୟ ମାନଙ୍କ ମଧ୍ଯରେ ଆଶ୍ରମର ପରିଚାଳକ  ସୁଶାନ୍ତ କୁମାର ମହାରଣା, ଶ୍ରୀକାନ୍ତ ରେଡି ରମାକାନ୍ତ ରଥ,ଗୌତମ ମହାରଣା,ପ୍ରଣବ ପାଢି, ମନୀଷା ସାମନ୍ତରା, ସୁଦର୍ଶନ ସାମନ୍ତରା, ଲକ୍ଷ୍ମୀ ଦାସ, ବିଜୟଲକ୍ଷ୍ମୀ ପ୍ରଧାନ,ରାଜୀବ ଖାଡଙ୍ଗା,ଶ୍ରୀନିବାସ ଆଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରତ୍ନାକର ପ୍ରଧାନ,ମାଳିନୀ ପ୍ରଧାନ, ଚନ୍ଦ୍ରମା କାର୍ଜୀ, ଗୌତମ ମହାରଣା, ସମେତ ଅନୁଷ୍ଠାନର ଅନ୍ତେବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here