ବ୍ରହ୍ମପୁର,୦୨/୧୧/୨୦୨୪:ଗତକାଲି ସୁବର୍ଣ୍ଣପୁର ନିଉଜ-୭ ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ ନିମନ୍ତେ ସୁବର୍ଣ୍ଣପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ କେତେକ ପ୍ରଶ୍ନ କରିବା ସମୟରେ ହଠାତ୍ ରାଗିଯାଇ ସାମ୍ବାଦିକ ଧିରେନ୍ଦ୍ରଙ୍କୁ ବିଡ଼ିଓ ଶ୍ରୀ ସ୍ବାଇଁ ମରଣାନ୍ତକ ଆକ୍ରମଣ କରିଥିଲେ। ।ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବାକୁ ଶ୍ରୀ ଦାନୀ ସ୍ଥାନୀୟ ଥାନାକୁ ଯାଇଥିବା ବେଳେ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ନ କରି ଜଣେ ଦୁର୍ଦାନ୍ତ ଅପରାଧୀଙ୍କ ପରି ଏକପାଖିଆ ଭାବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ଗଞ୍ଜାମ ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ରେ ଏକ ସ୍ମାରକପତ୍ର ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।ଏହି ପରିପ୍ରେକ୍ଷୀ ରେ ‘ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ୍ (ଏସୟୁକେ) ଓଡ଼ିଶା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ତୁରନ୍ତ ଧିରେନ୍ଦ୍ରଙ୍କୁ ଖଲାସ ସହିତ ବିଡ଼ିଓ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଗିରଫ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏଥି ସହିତ ସୁବର୍ଣ୍ଣପୁର ପୋଲିସର ଏହି ଏକପାଖିଆ କାର୍ଯ୍ୟାନୁଷ୍ଠାନର ଉଚ୍ଚସ୍ତରୀୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ୍ (ଏସୟୁକେ) ଓଡ଼ିଶା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି।
Home ବ୍ରହ୍ମପୁର ସ୍ପେଶାଳ ସୁବର୍ଣ୍ଣପୁର ସାମ୍ବାଦିକ ଧିରେନ୍ଦ୍ର ଦାନୀଙ୍କୁ ବିଡ଼ିଓଙ୍କ ଆକ୍ରମଣ ଓ ଗିରଫଦାରୀ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଷ୍ଟେଟ...