ବ୍ରହପୁର,୧୨/୧୦/୨୦୨୪:
ଆଜି ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ଚଳିତ ନଭେମ୍ବର ମାସ ୧୩, ୧୪ ଓ ୧୫ ତାରିଖରେ ହେବାକୁ ଥିବା ବେଦ ପ୍ରବଚନ କାର୍ଯ୍ୟକ୍ରମ ତଥା ୧୦୮ କୁଣ୍ତିୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଏହି ବୈଠକରେ ଆଲୋଚନା କରା ଯାଇଥିଲା। ବ୍ରହ୍ମପୁର ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଲିବ୍ରେସନଠାରେ ତିନିଦିନ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶ୍ରୁତିନ୍ୟାସ, (ଓଡ଼ିଶା) ର ଅଧ୍ୟକ୍ଷ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ପ୍ରବାଚକ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯଜ୍ଞ କାର୍ଯ୍ୟକ୍ରମ ୧୪ ଓ ୧୫ ତାରିଖ ଦିନ ୧୦.୩୦ ରୁ ୧୨.୦୦ ପର୍ଯ୍ୟନ୍ତ ଏବଂ ପ୍ରବଚନ କାର୍ଯ୍ୟକ୍ରମ ୧୩, ୧୪ ଓ ୧୫ ସନ୍ଧ୍ୟା ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ବିଭିନ୍ନ ବୈଦିକ ପୁସ୍ତକ ମଧ୍ୟ ଉପଲବ୍ଧ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ଅଧିକ ରୁ ଅଧିକ ଧର୍ମପ୍ରେମୀ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ବୈଠକରେ ସମିତିର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।