ମାରଦା ମନ୍ଦିର ନିକଟରେ ହେବ ମାରଦା ମହୋତ୍ସବ

0
12

ପୋଲସରା , ୧୨/୧୧/୨୪ : ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ନିକଟରେ ଆୟୋଜନ ହେବ ୨୦୨୫ ମସିହାର ତୃତୀୟ ମାରଦା ମହୋତ୍ସବ। ନଭେମ୍ବର ୧୨ ତାରିଖ ଦିନ ସ୍ଥାନ ନିରୂପଣ ହୋଇଯାଇଛି । ୨୦୨୩ ଓ ୨୦୨୪ ମସିହାରେ ଅନୁଷ୍ଠିତ ପ୍ରଥମ ଓ ଦ୍ଵିତୀୟ ମାରଦା ମହୋତ୍ସବ ପୋଲସରା ସହରର ଲୁଣିଘାଟି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଯାହାଦ୍ୱାରା ଜନସାଧାରଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରି ଆନନ୍ଦ ପାଇଲେ ମଧ୍ୟ ଯେଉଁ ମାରଦା ମନ୍ଦିରର ଐତିହ ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା ତାହା ହୋଇପାରୁନଥିଲା। ମାରଦା ମନ୍ଦିର ଜଗନ୍ନାଥ ସଂସ୍କୃତି ସହ ଜଡିତ ପୂର୍ବର ସୁପ୍ତ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ତୃତୀୟ ମାରଦା ମହୋତ୍ସବ ମନ୍ଦିର ନିକଟରେ ଅନୁଷ୍ଠିତ କରିବା ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ମାରଦା ମନ୍ଦିର ପରିସରକୁ ମାରଦା ମନ୍ଦିର ଉନ୍ନୟନ କମିଟିର ସମ୍ପାଦକ ତଥା ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, କମିଟିର କୋଷାଧ୍ୟକ୍ଷ ତଥା ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଡି.ଏସ୍.ପି ରଞ୍ଜିତ କୁମାର ପୃଷ୍ଟି, ପୋଲିସ ଥାନା ଆଇଆଇସି କୌଶିକ ମାଝୀ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝି, ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ମହୋତ୍ସବ କମିଟିର ପ୍ରମୁଖ ସଦସ୍ୟ ବୃନ୍ଦ ମାରଦା ମନ୍ଦିର ନିକଟରେ ପହଞ୍ଚି ମହୋତ୍ସବ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୨୫ ମସିହାର ଜାନୁଆରୀ ମାସରେ ୩ ଦିନ ଧରି ହେବାକୁ ଥିବା ମାରଦା ମହୋତ୍ସବକୁ ନେଇ ପଡିଆର ସ୍ଥିତି ନିର୍ଧାରଣ କରିବା ସହିତ, ଗାଡ଼ି ପାର୍କିଂ, ଷ୍ଟଲ, ଅତିଥି ବିଶ୍ରାମ ସ୍ଥଳ, ଗ୍ରୀନ ରୁମ୍ ସମେତ ସମସ୍ତ ବ୍ୟବସ୍ଥା ଉପରେ ଦୃଷ୍ଟି ଦେଇଥିଲେ କମିଟି ବୃନ୍ଦ । ମାରଦା ମହୋତ୍ସବରେ ଜନଗହଳିକୁ ଆଖିଆଗରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିସହ ସମସ୍ତ ଜନଗହଳି ସ୍ଥାନରେ ଆଲୋକିକରଣ ସହିତ ପୋଲିସ ପେଟ୍ରୋଲିଙ୍ଗ୍ କଡ଼ା କଡ଼ାକଡ଼ି କରାଯିବା ସହ ସ୍ବତନ୍ତ୍ର ନଜର ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଆଇଆଇସି କୌଶିକ ମାଝୀ । ଅନ୍ୟମାନଙ୍କ ମଧ୍ୟରେ କମିଟିର ବରିଷ୍ଠ ସଦସ୍ୟ ମଥୁରା ମହନ୍ତ ସୁନ୍ଦର ରାମଦାସ ମହାରାଜ, ଶ୍ୟାମ ସୁନ୍ଦର ସାହୁ, ରମେଶ ପ୍ରଧାନ, ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ପବିତ୍ର କୁମାର ନାୟକ, ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ରାଧାଶ୍ୟାମ ପଣ୍ଡା, ନୀଳମାଧବ ସାହୁ, ରଘୁନାଥ ପଣ୍ଡା, ପ୍ରସନ୍ନ ଡାକୁଆ, କମ୍ପା ବଢ଼େଇ, ଭାସ୍କର ନାହକ, ମଙ୍ଗୁଳୁ ସାହୁ, ସାମ୍ବାଦିକ ମନୋଜ କୁମାର ଘଡେଇ ଓ ଜ୍ୟୋତି ରଞ୍ଜନ ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here