ପୂର୍ବତନ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଗୌଡ଼ଙ୍କ ଦେହାନ୍ତ

0
31

ବୁଗୁଡା , ୧୫/୧୧/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ, ବାଲିପଦର ନିକଟସ୍ଥ ସୁନାକେରା ଗ୍ରାମ ନିବାସୀ ତଥା ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଗୌଡ଼ଙ୍କ ନଭେମ୍ବର ୧୪ ତାରିଖ ରାତ୍ର ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସୁବାସ ଚନ୍ଦ୍ର ଗୌଡ଼ ଜଣେ ଶିକ୍ଷକ ନେତା ଥିବା ସହ ଆର୍ଯ୍ୟ ସମାଜର ଜଣେ ପ୍ରଚାରକ ଥିଲେ। ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ବୁଗୁଡା ବ୍ଲକ ସଂପାଦକ ଥିଲେ। ଅବସର ସମୟରେ ସେ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ସେ ଆର୍ଯ୍ୟ ସମାଜର ପ୍ରଚାର ପାଇଁ ଅଧିକ ସମୟ ଦେଉଥିଲେ। ଏଥିସହ ସେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here