ଘୁମୁସର ବିକାଶ ପରିଷଦ ର ଜରୁରୀ ବୈଠକ

0
5

ବୁଗୁଡା , ୧୬/୧୧/୨୪ : ଭଞ୍ଜନଗର ସହରର ନାୟକ ଭବନରେ ନଭେମ୍ବର ୧୬ ତାରିଖ ଦିନ ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ଆଗାମୀ ବିଧାନ ସଭା ଶୀତ କାଳୀନ ଅଧିବେଶନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଆଡଭୋକେଟ ସୋମନାଥ ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଅନ୍ୟତମ ନ୍ୟାସୀ ଦିବଂଗତ ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗତ ବୈଠକର ବିବରଣୀ ପାଠ କରିଥିଲେ ଓ ତାହା ଗୃହୀତ ହୋଇଥିଲା। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଭଞ୍ଜନଗରରେ ଶୀତଳ ଭଣ୍ଡାରର ଶିଳାନ୍ୟାସ କରି ଘୁମୁସର ଚାଷୀମାନଙ୍କ ବହୁବର୍ଷର ଦାବୀ ପୂରଣ କରିଥିବାରୁ ପରିଷଦ ତରଫରୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଧାୟକ ଶ୍ରୀ ନାୟକଙ୍କ ପୂର୍ଣ୍ଣ ସହାୟତାରେ ଭଞ୍ଜନଗର ଓକିଲ ସଂଘ ଦୀର୍ଘ ଚାଳିଶ ବର୍ଷ ପରେ ଭଞ୍ଜନଗରରେ ଓଡିଶା ଓକିଲ ସଂଘର ବାର୍ଷିକ ଅଧିବେଶନ ଆସନ୍ତା ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇଦିନ ଧରି ପାଳନ କରୁଥିବାରୁ ସ୍ୱାଗତ କରାଯାଇଥିଲା। ଘୁମୁସର ଜିଲ୍ଲା ଦାବୀ କିପରି ଶୀଘ୍ର ପୂରଣ ହେବ ସେ ଦିଗରେ ଆଶୁ ପଦକ୍ଷେପ ନେବାକୁ ବିଧାୟକ ମହୋଦୟଙ୍କୁ ଅନୁରୋଧ ଜଣାଇ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବିତ ଘୁମୁସର ଜିଲ୍ଲା ଅନ୍ତର୍ଗତ ସମସ୍ତ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ବୃନ୍ଦଙ୍କୁ କହି ଘୁମୁସର ଜିଲ୍ଲା ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ସବୁ ବ୍ଲକର ୫ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଘୁମୁସର ଜିଲ୍ଲା ସାଙ୍ଗକୁ ଭଞ୍ଜନଗର ଏନଏସି କୁ ତୁରନ୍ତ ମୁନିସିପାଲିଟି ଭାବେ କାର୍ଯ୍ୟକ୍ଷମ କରିବା, ତାରାସିଂଙ୍ଗି ନିକଟ ତିନି ଛକିଆ, ବାଲିପଦର ଓ ସୋରଡ଼ାର ବଡ଼ଗଡ଼କୁ ବ୍ଲକ ଘୋଷଣା କରିବାକୁ ଦାବୀରଖି ଅନ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦିବଂଗତ ନ୍ୟାସୀ ଶ୍ରୀ ସାହୁଙ୍କ ସ୍ଥାନରେ ବାଉଁଶଲୁଣ୍ଡି ଗ୍ରାମର ସୁରେନ୍ଦ୍ର ବେହେରା ଙ୍କୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର

LEAVE A REPLY

Please enter your comment!
Please enter your name here