ମହେନ୍ଦ୍ରଗିରି ଆଶ୍ରମ ପ୍ରତିଷ୍ଠାତା ସନ୍ଥ ଦଣ୍ଡିସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ଙ୍କୁ ଦୁଃବ୍ୟବହାର ର ତଦନ୍ତ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆରଡିସି ଙ୍କୁ ସ୍ମାରକପତ୍ର ପ୍ରଦାନ

0
22

ବ୍ରହ୍ମପୁର,୨୯/୧୧/୨୦୨୪:ମହେନ୍ଦ୍ରଗିରି ଆଶ୍ରମ ପ୍ରତିଷ୍ଠାତା ସନ୍ଥ ଦଣ୍ଡିସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ଙ୍କୁ ଦୁଃବ୍ୟବହାର ର ତଦନ୍ତ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ କିଛି ସମାଜସେବୀ ମାନଙ୍କ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ମହେନ୍ଦ୍ର ଗିରି ଗୋକର୍ଣ୍ଣେଶ୍ଵର ପୀଠ ତ୍ରେତେୟା ଯୁଗର ଭଗବାନ ପର୍ଶୁରାମଙ୍କର ତପସ୍ଥାନ, ଦ୍ଵାପର ଯୁଗର ଶ୍ରୀକୃଷ୍ଣ, ଶ୍ରୀବଳରାମ ତଥା ପଞ୍ଚୁପାଣ୍ଡବ, ଭୀଷ୍ମ, କର୍ଣ୍ଣ, କୃପାଚାର୍ଯ୍ୟ ସମେତ ବହୁ ମହାପୁରୁଷ ତପସ୍ଵୀ ମାନଙ୍କର ତପସ୍ଥଳୀ । କଳିଯୁଗର ଭଗବାନ ବୁଦ୍ଧ, ଭଗବାନ ଗୌରକନାଥ, ଭଗବାନ ଚୈତନ୍ୟ ମହାପ୍ରଭୁ,ଅଭିରାମ ପରହଂସଙ୍କ ଭଳି ବହୁ ମହାପୁରୁଷଙ୍କ ତପସ୍ଥଳୀ ତଥା ସାଧନା ପୀଠ ମହେନ୍ଦ୍ରଗିରି ଅଟେ । ଯାହା ପୁରାଣ, ଇତିହାସ ଓ କିମ୍ବଦନ୍ତୀ ପ୍ରମାଣ ଦିଏ । ଆଜି ବି ମହେନ୍ଦ୍ରଗିରିରେ ଭୀମ ମନ୍ଦିର, କୁନ୍ତୀ ମନ୍ଦିର, ଧର୍ମରାଜ ଯୁଦ୍ଧିଷ୍ଟର ମନ୍ଦିର, ତଥା ପର୍ଶୁରାମ କୁଣ୍ଡ, କର୍ଷ ତପସ୍ଥଳୀ ଓ ଭୀଷ୍ମଙ୍କ ତପସ୍ବିନୀ ତଥା ସାଧନା ପୀଠ । ଶ୍ରୀପର୍ବତ ପୀଠ, ମହେନ୍ଦ୍ରଗିରି ରେ ଦେଖିବାକୁ ମିଳେ । ଏହି ତପସ୍ଥଳୀର ପୁନଃରୁଦ୍ଧାର
ପାଇଁ ମହେନ୍ଦ୍ର ଆଶ୍ରମ ଦୀର୍ଘ ୩୫ବର୍ଷ ଧରି ମହେନ୍ଦ୍ରଗିରି ଶିଖରରେ ଦଣ୍ଡିସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ପ୍ରତ୍ୟେହ ଘୃତଯଜ୍ଞ, ମହେନ୍ଦ୍ରଗିରି ଶିଖରକୁ ଯାଉଥିବା ଭକ୍ତମାନଙ୍କୁ ପ୍ରତିଦିନ ଅନ୍ନଦାନ ଯୋଗାଯାଇ ଅନ୍ନଯଜ୍ଞ, ମହେନ୍ଦ୍ର ଅଞ୍ଚଳ, ଗଜପତି, ଗଞ୍ଜାମ, କନ୍ଧମାଳ ତଥା ଶ୍ରୀକାକୁଲମ୍ ଜିଲ୍ଲାରେ ଧର୍ମରକ୍ଷା ପାଇଁ ହଜାର ଠାରୁ ଅଧ‌ିକ ଗ୍ରାମରେ ସତ୍ ସଙ୍ଗ ମାଧ୍ୟମରେ ସନାତନ ଧର୍ମ ପ୍ରତି ସଚେତନ, କୁସଂସ୍କାର ନିରାକରଣ, ଆଧ୍ୟାତ୍ମିକ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ, ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ନିଶା ନିବାରଣ କ୍ଷେତ୍ରରେ ସର୍ବଦା ସଚେତନ କରି ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛନ୍ତି ।ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟ ପ୍ରତିଷ୍ଠା କରି, ଆଦିବାସୀମାନଙ୍କୁ ଉଚ୍ଚ ଶିକ୍ଷା ତଥା ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପ୍ରଦାନ କରାଇ ସମସ୍ତ ବ୍ୟବସ୍ଥା କରାଯାଉଅଛି । ମହେନ୍ଦ୍ରଗିରି ଆଶ୍ରମର ପ୍ରତିଷ୍ଠାତା ଦଣ୍ଡିସ୍ଵାମୀ ଭାସ୍କର ତୀର୍ଥଙ୍କୁ ଗତ ୫ ତାରିଖ ଦିନ ବାରଘର ଗ୍ରାମର ୨୦ରୁ
ଅଧିକ ମହିଳା,ପୁରୁଷ ମଦ୍ୟପାନ କରି ଆସି ବାବାଙ୍କୁ ବହୁ ଖରାପ ଭାଷାରେ ଗାଳିଗୁଲଜ କଥା ର୍ଦୁବ୍ୟବହାର କରିଛନ୍ତି । ବାବା ୩୫ବର୍ଷ ଧରି କରିଆସୁଥ‌ିବା ଯଜ୍ଞକୁ ବନ୍ଦ କରିଦେବା ପାଇଁ ଧମକ ଦେବା ସହ ଯଜ୍ଞଶାଳାକୁ ଭାଙ୍ଗିଦେବା ଅନ୍ନଛତ୍ରକୁ ବନ୍ଦ କରିଦେବା, ମହେନ୍ଦ୍ରଗିରି ରୁ ଚାଲିଯିବା ପାଇଁ ଧମକ ଦେବା ଆଦି କରିଥିଲେ । ସେଥିରେ ଗାରାବନ୍ଧ ଥାନାଅଧିକାରୀ, ବାରଘରର ଆର୍.ଆଇ. ଏବଂ ଅନ୍ୟ ଆର୍.ଆଇ ମାନେ ଏହି ଘଟଣାର ପ୍ରତ୍ୟକ୍ଷ ପ୍ରମାଣ ଦେଇପାରିବେ ।
ବାରଘର ଗ୍ରାମର ଲୋକମାନେ ମହେନ୍ଦ୍ରଗିରି ଆମର ଏଠାରେ କୌଣସି ସାଧୁସନ୍ଥ, ତପସ୍ଵୀ, ସନ୍ୟାସୀ ରହିପାରିବେ ନାହିଁ,
ଏଠାରେ ତପସ୍ୟା ଧ୍ୟାନ, ଆଧ୍ୟାତ୍ମିକ ସଙ୍ଗ, ଅନ୍ନଯଜ୍ଞ ଆଦି କୌଣସି କାମ କରିପାରିବେ ନାହିଁ ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି ।ତେବେ ମହେନ୍ଦ୍ରଗିରିରେ କ’ଣ କରିବା ଉପଯୁକ୍ତ ହେବ ତାହା ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ କରନ୍ତୁ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି। ଯଦି ମହେନ୍ଦ୍ରଗିରି ତପସ୍ୟା ପୀଠରେ ସାଧୁସନ୍ଥ ରହିବେନି ବାରଘର ଗ୍ରାମବାସୀନ୍ଦାମାନଙ୍କର ମହେନ୍ଦ୍ରଗିରି ଯାହା ରାମାୟଣ ରେ ବର୍ଣ୍ଣିତ ଏହିଭଳି ପବିତ୍ର ସାଧନା ପୀଠ ତପସ୍ୟାସ୍ଥଳୀ ମହେନ୍ଦ୍ରଗିରି ରେ ପ୍ରକୃତି ସବୁଜୀମାକୁ ବିଧ୍ଵସ୍ତ କରି ମହାନ ସାଧୁମାନଙ୍କ ପ୍ରତି ର୍ଦୁବ୍ୟବହାର କରାଯାଉଅଛି ତାହାର ଦୃଢ଼ ପ୍ରତିବାଦ କରିଛନ୍ତି । ବିଭିନ୍ନ ସାଧୁସନ୍ଥ, ସନ୍ୟାସି ମାନେ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ଦିନକୁ ଦିନ ଏହା ଦ୍ଵାରା ଜନସାଧାରଣରେ ଅନ୍ତୋଷ ବଢ଼ିବାରେ ଲାଗିଛି । ଏଣୁ ଅତି ଶୀଘ୍ର ତଦନ୍ତ କରାଯାଇ ମହେନ୍ଦ୍ରଗିରି ଆଶ୍ରମକୁ ନେଇ ଅଯଥା ଅଶାନ୍ତି ଏବଂ ଗଣ୍ଡଗୋଳ ସୃଷ୍ଟି କରିଥିବା ବିଧର୍ମୀ ତଥା ଅସାମାଜିକ ବ୍ୟକ୍ତିମାନଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉଲ୍ଲେଖ କରିବା ସହ ଏହି ବିଷୟ ସହିତ ସମ୍ବାଦପତ୍ର ରେ ପରିବେଷଣ ହୋଇଥିବା ଖବର ର କଟିଂ ଓ ଫୋଟ ପ୍ରଦାନ କରିଛନ୍ତି । ଏହା ସହ ଏକକିତା ନକଲ ଦକ୍ଷିଣାଞ୍ଚଳ ପୋଲିସ ଆଇଜି, ଗଜପତି ଜିଲ୍ଲାପାଳ,ଗଜପତି ଏସପି ପ୍ରମୁଖଙ୍କ ଅବଗତି ତଥା ବିହୀତ କାର୍ଯ୍ୟନୁଷ୍ଠାନ ନିମନ୍ତେ ପ୍ରଦାନ କରିଛନ୍ତି ।ଆଜି ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସ୍ବାମୀ ଅଖିଳାନନ୍ଦ ସରସ୍ଵତୀ,ପ୍ରମୋଦ କୁମାର ମିଶ୍ର,ବିକାଶ ମଣ୍ଡଳ,ଏମ.କାଳୀଦାସ,ଭଗବାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here