ହାତୀଓଟ କଲେଜରେ ବିଶ୍ୱ ଏଡସ ଦିବସ ପାଳନ

0
48

ପୋଲସରା ୦୧/୧୨/୨୪ : ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ଏଡସ ରୋଗ ବହୁଳ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ମୋଟ ୧୮ହଜାର ୪୮୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ପୋଲସରା ବ୍ଲକ ଓ ଏନଏସି ରେ ମୋଟ ୧୩୪୨ ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଅଛି। ଏହି କାରଣ ଯୋଗୁଁ ପୋଲସରା ଅଞ୍ଚଳରେ ଏଡସ ସଚେତନତାର ଯଥେଷ୍ଟ ଆବଶ୍ୟକ ରହିଅଛି। ପ୍ରଶଂସନୀୟ ବିଷୟ ପୋଲସର ବ୍ଲକ ଅନ୍ତର୍ଗତ ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଏନଜିଓ ଅରୁଣା ମିଳିତ ଆନୁକୂଲ୍ୟରେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡସ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ପ୍ରିନ୍ସପାଲ ଯାଜ୍ଞସେନୀ ସାହୁଙ୍କ ନେତୃତ୍ବରେ ଏକ ସଚେତନତା ଶୋଭାଯାତ୍ରା ହୀତୀଓଟ ଗ୍ରାମ ପଞ୍ଚାୟତ ପରିକ୍ରମା କରାଯାଇଥିଲା। ଏହା ପରେ କଲେଜ ପ୍ରିନ୍ସପାଲ ସୁଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଅରୁଣା ସଙ୍ଗଠନର ଡ଼ିଆରପି ସୁଶିଲ କୁମାର ସାହୁ ଏବଂ ସଂଯୋଜକ ବାଳକୃଷ୍ଣ ସାହୁ ଓ ଆଇସିଟିସି ସଂଯୋଜକ ମନୋଜ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଏଡ଼ସ ରୋଗର କାରଣ, ନିରାକରଣ ଓ ସଚେତନତା ଉପରେ ଆଲୋକପାତ କରିଥିଲେ। ଏହା ପରେ ଚିତ୍ରାଙ୍କନ, ବକୃତା ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ସଂଯୋଜକ ତ୍ରିଲୋଚନ ଦାସ ପରିଚାଳନା କରିଥିଲାବେଳେ ଅଧ୍ୟାପକ ଅଧ୍ୟାପିକା ଅନିଲ କୁମାର ଖଟେଇ, ଆଦିତ୍ୟ ନାରାୟଣ ବିଷୋୟୀ, ଦିଲୀପ କୁମାର ପ୍ରଧାନ, ରାଜେନ୍ଦ୍ର ସାହୁ, ବିଷ୍ଣୁ ପ୍ରସାଦ ଜାନୀ, ନିବେଦିତା ସ୍ଵାଇଁ, ଜାନକୀ କୁମାରୀ ସାହୁ, ଅଭିଷେକ ଡାକୁଆ ଓ ଅରୁଣା ସଙ୍ଗଠନ ପୋଲସରା ବ୍ଳକର ସମସ୍ତ ସିଏଲଡବ୍ଲ୍ୟୁ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here