ଜୀବେ ନିଷ୍ଠରତା ପ୍ରତିରୋଧ ନିମନ୍ତେ ସଚେତନତା କର୍ମଶାଳା

0
15

ଛତ୍ରପୁର,୦୫/୧୨/୨୦୨୪: ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଆମ ଚତୁଃପାର୍ଶ୍ବରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ବ ରହିଛି । ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଉଚିତ । ଏଥିନିମନ୍ତେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଏକ ସଚେତନତା କର୍ମଶାଳା ରେ ଅଧ୍ୟକ୍ଷତାକରି କହିଥିଲେ ।ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ମନୋଜ କୁମାର ସାହୁ କହିଥିଲେ ଯେ, ଗୃହ ପାଳିତ ପଶୁମାନଙ୍କୁ ଠିକ ସମୟରେ ଖାଇବା ପିଇବାକୁ ଦେବା, ରୋଗ ହେଲେ ତାର ଚିକିତ୍ସା କରାଇବା, ଉପଯୁକ୍ତ ଯତ୍ନ ନେବା, ଠିକ ସମୟରେ ଟୀକା କରଣ କରାଇବା, ଦୂର ସ୍ଥାନକୁ ଜୀବଜନ୍ତୁ ମାନଙ୍କୁ ଯାନବାହନରେ ସ୍ଥାନାନ୍ତର କରାଇବାକୁ ଥିଲେ ନିକଟସ୍ଥ ପଶୁ ଚିକିତ୍ସାଳୟରୁ ଅନୁମତି ନେବା, ରାସ୍ତାରେ ପ୍ରତି ୬ ଘଣ୍ଟାରେ ଥରେ ସେମାନଙ୍କୁ ଖାଇବା ପିଇବାକୁ ଦେବା ସହ ବିଶ୍ରାମ ନେବା, ଅସୁସ୍ଥ କିମ୍ବା ଦୁର୍ଘଟଣାଗ୍ରସ୍ତ ଗୃହପାଳିତ ପଶୁଙ୍କୁ ଅସହାୟ ଅବସ୍ଥାରେ ଦେଖିଲେ ହେଲ୍ପ ଲାଇନ୍ ନଂ ୧୯୬୨ କୁ ଜଣାଇବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଶ୍ରୀ ସାହୁ କହିଥିଲେ । ରୋଗ ଗ୍ରସ୍ତ ଅସହାୟ ପଶୁ ମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ସହ ଚିକିତ୍ସା ନିମନ୍ତେ ଜନଶକ୍ତି (ମ୍ୟାନ ପାଓ୍ବାର) ମନୋନୟନ କରିବା ହେଉଛି ଏହି ବୈଠକର ମୂଳ ଲକ୍ଷ୍ୟ । ସ୍ବେଚ୍ଛାସେବୀ ସଙ୍ଗଠନ ଗୁଡିକର ଗୋଶାଳା ଥିଲେ ପ୍ରତି ପଶୁ ପିଛା ସରକାର ବାର୍ଷିକ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ବ୍ରହ୍ମପୁର ଠାରେ ସରକାରଙ୍କ ତରଫରୁ ଗୋଟିଏ ଗୋଶାଳା ନିର୍ମାଣ ସହ ଦୁଇ ଜଣ ପ୍ରାଣୀ ଚିକିତ୍ସକ ଓ ଦୁଇ ଜଣ ସହାୟକଙ୍କୁ ନିଯୁକ୍ତି ଦିଆଯିବାକୁ ପ୍ରସ୍ତାବ ରହିଥିବା ବେଳେ ଛତ୍ରପୁର ପାଇଁ ଗୋଟିଏ ଆମ୍ବୁଲାନ୍ସ,, ଗାଈଗୋରୁ ଉଠାଇବା ଯନ୍ତ୍ର ଓ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଇସାରା, ଦି ସୋଲ୍, ସଂସାର, ଏବଂ ଓଷ୍ଟାର୍ଡ ସ୍ବେଚ୍ଚାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇ ପ୍ରତି ଗ୍ରାମାଞ୍ଚଳରେ କିପରି ସୋମାନେ ସ୍ବାସ୍ଥ୍ୟ ଶିବିର ମାନ ଅନୁଷ୍ଠିତ କରାଇ ଗୃହ ପାଳିତ ପଶୁପକ୍ଷୀ ମାନଙ୍କୁ କିପରି ଯତ୍ନର ସହ ଲାଳନ ପାଳନ କରିବେ, ଠିକ୍ ସମୟରେ ଟିକା କରଣ କରାଇବେ, ଖାଦ୍ୟ, ଔଷଧ ଆଦି ଠିକ ସମୟରେ ଦେଇ ଲୋକ ମାନେ ଯେପରି ଲାଭବାନ୍ ହୋଇ ପାରିବେ, କୃଷକର ଉନ୍ନତି କରଣ ଚାରା ରୋପଣ, ଜୀବ ଜନ୍ତୁଙ୍କ ପ୍ରତି ସଦୟ ମନୋଭାବ ପୋଷଣ ଆଦି ବିଷୟରେ ଜନ ସାଧାରଣଙ୍କୁ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ର ମା ମାନଙ୍କୁ କିପରି ସଚେତନ କରାଉଛନ୍ତି ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ରୋଗଗ୍ରସ୍ତ ଓ ଦୁର୍ଘଟଣାଗ୍ରସ୍ତ ପଶୁ ମାନଙ୍କର ଚିକିତ୍ସା କରି ସେମାନଙ୍କର ଯତ୍ନ କିପରି ନେଉଛନ୍ତି ତାହା ବୁଝାଇଥିଲେ । ବୈଠକରେ ଉପାଧ୍ୟକ୍ଷ ଡି. ବିଶ୍ବନାଥ, ବ୍ରହ୍ମପୁର ମ୍ୟୁନିସିପାଲିଟିର ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡିସିପିର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ରୋଗ ନିୟନ୍ତ୍ରଣ) ଡଃ ଜଗଦୀଶ ମହାନ୍ତି, ଛତ୍ରପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ର ଉପ ନିର୍ଦ୍ଦେଶକ ଶୁଭ୍ରକାନ୍ତ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀଗଣ, ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here