ଛତ୍ରପୁର,୦୮/୧୨/୨୦୨୪: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ନରେନ୍ଦ୍ରପୁର ହାଇସ୍କୁଲ ବିଲ୍ଡିଂର ନବୀକରଣ କରାଯାଇଛି। ଗତ ବାତ୍ୟାରେ ବିଦ୍ୟାଳୟର କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସ୍କୁଲରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ଗୃହରେ ପାଠ ପଢିବେ, ସେ ନେଇ ବିପଦସଙ୍କୁଳ ଗୃହର ପୁନରୁଦ୍ଧାର କରିଛି ଟାଟା ଷ୍ଟିଲ ଫାଉଣ୍ଡେସନ। କ୍ଷତିଗ୍ରସ୍ତ ଶ୍ରେଣୀଗୃହର କବାଟ, ଝରକା ଓ ଚଟାଣର ମରାମତି କରାଯାଇଛି। କୋଠାକୁ ପାଣିପାଗ ପ୍ରତିରୋଧୀ ପେଣ୍ଟରେ ରଙ୍ଗ କରାଯିବା ସହ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହାର ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି କରାଯାଇଛି ।ବିଲ୍ଡିଂ ଉଦଘାଟନୀ ସମାରୋହରେ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ (ଟିଏସଏସଇଜେଡ)ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଓ ଓଡ଼ିଶା ସିଏସଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗଦେଇ ଥିଲେ।