ଜନ୍ମଦିବସରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

0
32

ପୋଲସରା ୧୦/୧୨/୨୪ ସମାଜସେବୀ ନାରାୟଣ ସାହୁଙ୍କ ୨୭ତମ ବାର୍ଷିକ ଜନ୍ମ ଦିବସ ଅବସରରେ ଓମ ହୋଲସେଲ ମେଡିକାଲ ଷ୍ଟୋର ଓ ଓମ ଚାରିଟେବୁଲ ଟ୍ରଷ୍ଟ ପୋଲସରା ଏବଂ ଓଡ଼ିଶାର ସର୍ବବୃହତ୍ତ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ, ହିଞ୍ଜିଳିକାଟୁ ଓ ଫୁଲଟ୍ରନ ଇଣ୍ଡିଆ ଙ୍କ ମିଳିତ ଆନୁକୂଲ୍ୟରେ ଦୁଇଟି ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିରର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶିବିରଟି ଓମ ହୋଲସେଲ ମେଡିକାଲ ଷ୍ଟୋର, ତୁଳସୀନଗର ଛକ, ଚିରିକିପଡ଼ାଶାସନ ଠାରେ ୦୯/୧୨/୨୪ ସୋମବାର ଦିନ ଆୟୋଜନ କରାଯାଇଥିବା ବେଳେ ଶିବିରରେ ବରିଷ୍ଠ ସମାଜସେବୀ ଚନ୍ଦ୍ରହାସ ସାହୁ, ଓମ୍ ଚାରିଟେବୁଲର ପ୍ରତିଷ୍ଠାତା ଦେବେଶ କୁମାର ସାହୁ, ସିଫାନି ସାହୁ, ନାରାୟଣ ସାହୁ, ସୁଦାମ ଜେନା, ଶିବନାରାୟଣ ପ୍ରଧାନ, ଆଶୁତୋଷ ସାହୁ ଏବଂ ଓମ ଚାରିଟେବୁଲ ଟ୍ରଷ୍ଟ ପୋଲସରାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ୟକ୍ରମ ଆରମ୍ଭ ହୋଇଥିଲା।ଏଠାରେ ମୋଟ ୪୮ ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୧୧ ଜଣଙ୍କୁ ଚଷମା ପ୍ରଦାନ ସହ ୨୫ ଜଣଙ୍କ ମାଗଣା ମୋତିଆ ବିନ୍ଦୁ ଓ ପରଳ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା। ସେହିପରି ଦ୍ଵିତୀୟ ଶିବିରଟି କଳମ୍ବ ଗ୍ରାମ ସ୍ଥିତ ନେହୁରୁ ଯୁବ ସଂଘ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୮ ଜଣଙ୍କ ନିଃଶୁଳ୍କ ଚକ୍ଷୁ କରାଯାଇ ୭ ଜଣଙ୍କ ପରଳ ଚିକିତ୍ସା ପାଇଁ ମନୋନୀତ କରାଯାଇଥିଲା । ଦୁଇ ଶିବିରରୁ ମୋଟ ୩୨ ଜଣଙ୍କୁ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ଶଙ୍କର ହସ୍ପିଟାଲକୁ ନିଆଯାଇଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ ପ୍ରକାଶ କରିଛନ୍ତି।ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ ସାଗର ମହାନ୍ତି, ମିସ ଚାନ୍ଦିନୀ (ଚିଫ ଅପଟୋମେଟ୍ରିଷ୍ଟ), ମିସ ସ୍ୱାତିକା, ମିସ ପ୍ରିୟଦର୍ଶିନୀ (ଚକ୍ଷୁ ଟେକ୍ନିସିଆନ) ଶିବିରକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here