ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ। ହଜାର ହଜାର ବିଜୁ ପ୍ରେମିଙ୍କ ଯୋଗଦାନ

0
32

ପୋଲସରା ୨୬/୧୨/୨୪ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଡିସେମ୍ବର ୨୬ ତାରିଖ ଦିନ ପାଳିତ ହୋଇଯାଇଛି। ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଥିବା ବେଳେ ପୋଲସରା ଓ ବୁଗୁଡା ବ୍ଳକ ଓ ଏନ୍ ଏ ସି ର ହଜାର ହଜାର ବିଜୁ ପ୍ରେମୀ ଯୋଗଦେଇଥିଲେ। ପ୍ରଥମେ ଶ୍ରୀସାହୁଙ୍କ ସମେଟ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକ ସକାଳେ ପୋଲସରା ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁ ଅମର ରହେ ଓ ଜୟ ଧ୍ୱନି ସହ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଭେଟି ଫଳ ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ବ୍ଳକ ସାମ୍ନାରେ ଥିବା ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଦିବସ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀସାହୁ ଯୋଗଦେଇ ୨୦୨୪ ନିର୍ବାଚନ ରେ ବିଜେଡି ଦଳ ୪୩ % ଭୋଟ ପାଇ ହାରିଥିବା ବେଳେ ବିଜେପି ଦଳ ୪୧% ଭୋଟ ପାଇ ୯ ଲକ୍ଷ୍ ୪୫ ହଜାର ଭୋଟ ଇଭିଏମ ମେସିନରେ ଜାଲିଆତି କରି ବିଜୟ ହୋଇ ସରକାର ଗଠନ କରିବାରେ ସଫଳ ହୋଇଛି ବୋଲି ଅଭିଯୋଗ କରିଥିଲେ। ପୋଲସରାର ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା,ଏନ୍ ଏ ସି ଅଧ୍ୟକ୍ଷା ସଙ୍ଗୀତା ବେହେରା , କାଉନସିଲର ସୁକାନ୍ତି ସାହୁ, ବିଜୟ ସ୍ବାଇଁ, ଦୀପିକା ବାରିକ, ପ୍ରଶାନ୍ତ ଦାସ, ବୁଗୁଡା ନଗର ବିଜେଡି ସଭାପତି କେ ତ୍ରିଲୋଚନ ଦୋରା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବୁଗୁଡା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, କୃଷ୍ଣ ରା, ଜିତେନ୍ଦ୍ର ନାୟକ, କବିରାଜ ଗୌଡ, ସୂର୍ଯ୍ୟ ନାରାୟଣ ମହାନ୍ତି, ମୁକୁନ୍ଦ ନାୟକ ଯୋଗଦେଇ ବିଜେପି ବିରୁଦ୍ଧରେ ଗର୍ଜିଥିଲେ। ବିଜେପି ସରକାର କେବଳ ସୁଭଦ୍ରା ଯୋଜନା ବ୍ୟତୀତ ଅନ୍ୟ ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ଭୂଲି ଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଭୟ ବ୍ଳକର ବହୁ ସରପଞ୍ଚ, ସମିତି ମେମ୍ବର ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here