ବୁଗୁଡ଼ା ୨୯/୧୨/୨୪ ବୁଗୁଡ଼ା ପିପୁଲସ୍ କଲେଜ ଜାତୀୟ ସେବା ଯୋଜନା ୟୁନିଟ-୨(ମହିଳା) ପକ୍ଷରୁ ୨୫/୧୨/୨୪ ତାରିଖ ଠାରୁ ୩୧/୧୨/୨୪ ତାରିଖ ପର୍ଯ୍ୟନ୍ତ ୭ ଦିନ ପର୍ଯ୍ୟନ୍ତ ଶୀତକାଳୀନ ସ୍ୱତନ୍ତ୍ର ଶିବିର ପୋଗ୍ରାମ ଅଫିସର ସସ୍ମିତା ସାମନ୍ତରଙ୍କ ତତ୍ତ୍ୱାବଧାନରେ ଚାଲିଅଛି। ଡିସେମ୍ବର ୨୯ ତାରିଖ ଦିନ ପୋଷ୍ୟ ଗ୍ରାମ କତକଲା ଓ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ପରିବେଶବିତ୍ ସାଇ ସନ୍ତୋଷୀନି ପ୍ରଧାନ ଯୋଗଦେଇ ସେବା ବିଷୟରେ ଆଲୋକପାତ କରିବା ସହିତ ନାରୀ ଶିକ୍ଷା , ଯୌତୁକ ପ୍ରଥା ଓ ପରିବେଶ ସଫାସୁତୁରା ରଖି ବୃକ୍ଷର ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ସସ୍ମିତା ସାମନ୍ତରାଙ୍କ ନେତୃତ୍ୱରେ ଏନଏସଏସ ୟୁନିଟ -୨ ର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ପରିବେଶ ସଫାସୁତୁରା କରିବା ସହିତ ଜାତୀୟ ସେବା ଯୋଜନାର ମୁଖ୍ୟ ଲକ୍ଷ ମୁଁ ନୁହେଁ କେବଳ ତୁମେ ସ୍ଳୋଗାନ ଦେଇ ଜନସାଧାରଣମାନଙ୍କୁ ସଚେତନତା କରାଇଥିଲେ। ଏଥିସହ ଏହି ଶିବିରରେ ଜାତୀୟ ସେବା ଯୋଜନା ମାଧ୍ଯମରେ ନାଚ, ଗୀତ,ବକୃତା ପ୍ରତିଯୋଗୀତା କରାଯାଇ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପାଇଁ କାର୍ଯ୍ଯକ୍ରମ ରହିଅଛି।