ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

0
30

ବୁଗୁଡା , ୨୯/୧୨/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ” ଦି ଲାଙ୍ଗୁଏଜ ଅଫ ସକସେସ ମାଷ୍ଟରିଙ୍ଗ କମୁନିକେଟିଭି ଇଂଲିଶ ଫର ଏ ବ୍ରାଇଟର କ୍ୟାରିଅର”। କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପାଠଚକ୍ରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ କିଟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ହିମାଂଶୁ ଶେଖର ତ୍ରିପାଠୀ ଯୋଗଦେଇ ଇଂରାଜୀର ବିଭିନ୍ନ ଦିଗ ସହ ଇଂରାଜୀ ଭାଷାର ଶିକ୍ଷଣୀୟ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ।ପିପୁଲସ କଲେଜ ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଇଂରାଜୀ ଭାଷାର ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ଉପସ୍ଥିତ ରହି ପାଠଚକ୍ରରେ ନିଜର ବକ୍ତବ୍ୟ ରଖିଥିଲେ।ପଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବୃନ୍ଦ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦ୍ୱିତୀୟ ବର୍ଷ ଛାତ୍ରୀ ରେସ୍ମା ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here