ସଡ଼କ ସୁରକ୍ଷା ସପ୍ତାହ ପାଳନ। ସଚେତନତା ରଥ ଶୁଭାରମ୍ଭ

0
33

ବ୍ରହ୍ମପୁର, ୦୨/୦୧/୨୦୨୫:ରାସ୍ତାରେ ଗାଡି ଚଳାଇବା ସମୟରେ ଲୋକଙ୍କ ଭୁଲ ହେତୁ ସଡ଼କ ଦୁର୍ଘଟଣା ଏବଂ ରାସ୍ତା କଡ଼ରେ ଆଘାତ ହେବାର ଆଶଙ୍କା କମାଇବା ପାଇଁ ସଡକ ସୁରକ୍ଷା ଏକ ପ୍ରତିରକ୍ଷା ପଦକ୍ଷେପ। ଗତ ବର୍ଷ ସଡ଼କ ସପ୍ତାହ ପାଳନ କରାଯାଉଥିଲା। ବର୍ତ୍ତମାନ ସଡ଼କ ସୁରକ୍ଷା ଏକ ମାସ ଧରି ପାଳନ କରାଯାଉଛି। ଏହି ଦିବସ ଅବସରରେ ଗୋଳନ୍ଥରା ଠାରେ ଥିବା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଦ୍ଵାରା ସଡକ ସୁରକ୍ଷା ମାସ ପାଳନ କରା ଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ସଡ଼କ ସୁରକ୍ଷା ମାସ ଉପରେ ଗୁରୁତ୍ୱ ପୂର୍ଣ୍ଣ ସନ୍ଦେଶ ଦେଇଥିଲେ। ଏଥିରେ ଗଞ୍ଜାମ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, କଲେଜ ଅଧ୍ୟକ୍ଷ ଗୌରୀ ଶଙ୍କର ମହାପାତ୍ର ଯୋଗ ଦେଇ ଟ୍ରାଫିକ୍ ଅନୁସରଣ କାରୀଙ୍କ ଅଭାବ ଏବଂ ଡ୍ରାଇଭିଂରେ ତ୍ରୁଟି ହେତୁ ପ୍ରତିଦିନ ଘଟୁଥିବା ଲୋକଙ୍କ ମୃତ୍ୟୁ ଏବଂ ସଡ଼କ ଦୁର୍ଘଟଣାକୁ ଆମେ ଗଣନା କରିପାରିବୁ ନାହିଁ | ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଆଘାତ ଏବଂ ମୃତ୍ୟୁ ହେବାର ଆଶଙ୍କା ଅଛି।ଯେପରିକି ପଥଚାରୀ, ମୋଟର ସାଇକେଲ ଚାଳକ, ଭାରୀ ଯାନ ଚାଳକ ଇତ୍ୟାଦି।ସଡ଼କ ଟ୍ରାଫିକ୍ ନିୟମ ବିଷୟରେ ସମସ୍ତେ ଭଲ ଭାବରେ ସଚେତନ ହେବା ଉଚିତ୍, ବିଶେଷକରି ଗୁରୁତ୍ୱପୂର୍ଣ୍ଣ ସଡ଼କ ଦୁର୍ଘଟଣାର ଆଶଙ୍କା ଥିବା ଶିଶୁ ଏବଂ ଯୁବକମାନଙ୍କ ପାଇଁ ଅପ୍ରିୟ ସତ୍ୟ ଯେ ଭାରତରେ ଆଜି ବି କିଛି କିଛି ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଏପରି ବି ହାନି ହୋଇଛି ଯେତିକିବେଳେ ଦୁର୍ଘଟଣା ସ୍ଥଳରେ କିଛି ପ୍ରତ୍ୟକ୍ଷଦର୍ଶୀ ଥାଇ ମଧ୍ୟ ସହାୟତା ବଦଳରେ ନିରବଦ୍ରଷ୍ଟା ହୋଇ ଚାଲିଯାଇଥାନ୍ତି। ଏକବିଂଶ ଶତାବ୍ଦୀରେ ଏପରି ଅଶିକ୍ଷିତ ମାନସିକତା ରୁଗଣ ସଦୃଶ୍ୟ ହୋଇଥାଇପାରେ।ଅତୀତର କିଛି ସହାୟତାକରୀଙ୍କୁ ଦୁର୍ଘଟଣା ଦେଖିବାରେ କିମ୍ୱା ସହାୟତାର ହାତ ବଢ଼େଇଥିବାରୁ କୋର୍ଟ କଚେରୀ ଇତ୍ୟାଦି ଦୌଡ଼ିବାର ତିକ୍ତ ଅଭିଜ୍ଞତାର ଛାପଛାଡ଼ି ଦେଇଥାଏ। ଏତଦ୍‌‌ବ୍ୟତୀତ ମଣିଷ ପରି ମଣିଷ ହୋଇ ତଥା ଜଣେ ସୁନାଗରିକ ଭାବନା ନେଇ ଆମେ ଚିନ୍ତା କରିବା ଆବଶ୍ୟକ ଯେ ସଠିକ ସମୟରେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ବ୍ୟକ୍ତି ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ତୁରନ୍ତ ହେଲ୍ପଲାଇନ, ଡାକ୍ତରଖାନା, ଆମ୍ୱୁଲାନ୍ସ କିମ୍ୱା ସ୍ଥାନୀୟ ସହାୟତା ଦିଅନ୍ତି, ତା’ହେଲେ କିଛି ମୂଲ୍ୟବାନ ଜୀବନ ବଞ୍ଚି ଯାଇପାରନ୍ତା। କିନ୍ତୁ ଆମ ଦେଶ ତଥା ରାଜ୍ୟରେ ଏ ଦିଗରେ ଆହୁରି ଅଧିକ ସଚେତନତା ର ଆବଶ୍ୟକ ରହିଛି ବୋଲି ହୃଦବୋଧ ହୁଏ। ଏଥିସକାଶେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ, ଛାତ୍ରଛାତ୍ରୀଙ୍କୁ ଆଲୋଚନାଚକ୍ର ମାଧ୍ୟମରେ  ଉପଦେଶରେ ଟ୍ରାଫିକ ସମ୍ୱନ୍ଧୀୟ ଆଲୋଚନାକୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା ଛାତ୍ର ଛାତ୍ରୀ ମାନେ ନାରାବାଜି ଦେଇଥିଲେ। ହେଲମେଟ୍ ପିନ୍ଧିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ମନ୍ତ୍ରୀ ।ସମସ୍ତ ଛାତ୍ର ଛାତ୍ରୀଙ୍କୁ ଗାଡ଼ି ଚାଳନା ପ୍ରମାଣ ପତ୍ର କରି ଗାଡ଼ି ଚାଳନା କରିବାକୁ ଉପଦେଶ ଦେଇଥିଲେ। ବାରମ୍ବାର ଏହି ନିୟମ ପାଳନ କରନ୍ତି ତେବେ ବଡ଼ ବିପତି ରୁ ରକ୍ଷା ପାଇବା। ଦୁର୍ଘଟଣା ଏପରି ବ୍ୟାଧି ହୋଇଛି ଏଣୁ ସାରା ଦେଶରେ ଏକ ମାସ ଧରି ଏହି ଦିବସ ପାଳନ କରିବାକୁ ପଡ଼ିଲା। ଯଦି ଦରକାର ପଡ଼େ ତେବେ ଏକ ବର୍ଷ ପର୍ଯ୍ୟନ୍ତ ଏହି ଦିବସ ପାଳନ କରିବାକୁ ପଡ଼ିବ। ଯଦି ଏହି ଅନୁଷ୍ଠାନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ତେବେ ବହୁ ଲୋକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ବଢ଼ିବ। ମୂଖ୍ୟମନ୍ତ୍ରୀ ଡାକରା ଦେଇଛନ୍ତି ସୁରକ୍ଷିତ ଘର ବାହୁଡ଼ା। ରୋଡ଼ ଭଲ ହୋଇଯାଇଛି କିନ୍ତୁ ଯାନବାହାନ କ୍ଷୀପ୍ର ଗତିରେ ଚାଲୁଛି ଯଦ୍ୱାରା ବହୁ ଲୋକ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟର ଜୀବନ କିପରି ସୁରକ୍ଷିତ ରହିବ ତା ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଉପଦେଶ ଦେଇଥିଲେ।ଆମ ସଡ଼କ ସୁରକ୍ଷା ମାସ ଆମ ସରକାର ଅତି ଗୁରୁତ୍ୱ ସହିତ ଜଡିତ ରହି ଦୁର୍ଘଟଣାରୁ ରକ୍ଷା ପାଇଁ ଚିନ୍ତା କରୁଅଛୁ ବୋଲି ଉପଦେଶ ଦେଇଥିଲେ ମନ୍ତ୍ରୀ। ଏହି ଅବସରରେ ଏକ ସଚେତନତା ରଥ କୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here