ବ୍ରହ୍ମପୁର ଠାରେ ଅସ୍ମିତା ଖେଲୋଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା

0
29

ବ୍ରହ୍ମପୁର,୦୭/୦୧/୨୦୨୫: ଆସନ୍ତା ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା ବ୍ରହ୍ମପୁରପର ମହାତ୍ମାଗାନ୍ଧୀ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ ।ଏନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦିଆଯାଇଛି।ଏହି ପ୍ରତିଯୋଗୀତାରେ ୨୬ ଟି ରାଜ୍ୟ ରୁ ଯୁବ, କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତ୍ୟେକ ୧୦ ଟି ଓଜନ ବର୍ଗରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ ।ଏଥି ନିମନ୍ତେ ୪୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ତଥା ୫୦ ରୁ ଉର୍ଦ୍ଧ୍ଵ ଅଫିସିଆଲ୍ ଭାଗ ନେବେ।ଏହି ପ୍ରତିଯୋଗୀତାରେ ଓଡିଶାରୁ ୨୦ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଆନ୍ତଃଜାତୀୟ ପଦକଧାରୀ ଜ୍ୟୋସ୍ନା ଶବର, ମିନୀ ସାନ୍ତା, ସ୍ନେହା ସୋରେନ୍ ଶୁଭସ୍ମିତା ମହାନ୍ତି ମଧ୍ୟ ଭାଗ ନେବେ ।ଏହି ପ୍ରତିଯୋଗୀତାର ଉଦ୍‌ଘାଟନ ଉତ୍ସବ ଆସନ୍ତା କାଲି ସଂନ୍ଧ୍ୟା ୬ଟା ରେ ବ୍ରହ୍ମପୁର ଷ୍ଟାଡିଅମ୍ ଠାରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here