ବୁଗୁଡ଼ା ୦୯/୦୧/୨୫ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସେବା ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ତୃଟି ହୋଇଥିବା ନେଇ ମହେନ୍ଦ୍ର କୁମାର ଆରୁଖ ଆସିକା ସମବାୟ ସମିତି, ଗଞ୍ଜାମ ଜିଲ୍ଲା ସମବାୟ ଉପନିର୍ବନ୍ଧକ ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର, ଉପଜିଲ୍ଲାପାଳ ଭଞ୍ଜନଗର ଓ ବୁଗୁଡ଼ା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଜି ମୋଟାବାଡି ସେବା ସମବାୟ ସମିତିକୁ ଆସିକା ସମବାୟ ସମିତିର ଏ.ଆର.ସି.ଏସ ବିଜୟ କୁମାର ସାହୁ,ଏସ.ଆର.ସି.ଏସ କମଳ କୁମାର ଆଚାରୀ ଓ ବୁଗୁଡ଼ା ଏମ.ଆଇ. ତମ୍ପାଇ ମରାଣ୍ଡି, ସମ୍ପାଦକ ବିନୋଦ କୁମାର ରାଉତ, ଡି.ଈ.ଓ ରାମଚନ୍ଦ୍ର ଆରୁଖ ଓ ଅଭିଯୋଗକାରୀ ଚାଷୀଙ୍କ ସହିତ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ । ଦିର୍ଘ ସମୟ ଧରି ଆଲୋଚନା କଲା ପରେ ଆସିକା ସେବା ସମବାୟ ଏ.ଆର.ସି.ଏସ ବିଜୟ କୁମାର ସାହୁ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହିତ ଦାୟିତ୍ୱରେ ଅବହେଳା କରିଥିବା ମୋଟାବାଡି ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାସହିତ ମୋଟାବାଡି ସେବା ସମବାୟ ସମିତିର ସମସ୍ତ ଚାଷୀଙ୍କ ଧାନ ନିକଟସ୍ଥ ଧାନ ମଣ୍ଡି ଦ୍ବାରା ଧାନ ଉଠାଇବା ପାଇଁ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ମୋଟାବାଡି ସେବା ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ତୃଟି, ତଦନ୍ତ କଲେ ଉଚ୍ଚସ୍ତରୀୟ ଅଧିକାରୀ, ହେବକି...