ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରତିରୋଧ ସଚେତନତା ଶିବିର

0
30

ବୁଗୁଡ଼ା ୧୭/୦୧/୨୫ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ବାଘୁଆ ଡ଼୍ୟାମ ନର୍ସରୀରେ ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରତିରୋଧ ସଚେତନତା ଶିବିର ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପସ୍ଥିତ ଜନସାଧାରଣଙ୍କୁ ବିକଶିତ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ ଏକାନ୍ତକାମ୍ୟ ବୋଲି ପ୍ରକାଶ କରିବା ସହ ଗଛଟିଏ ଲଗାଇବା ପାଇଁ ନିବେଦନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏସିଏଫ ପ୍ରଦୀପ କୁମାର ବେହେରା, ତହସିଲଦାର ତାପସ ରାଉତ, ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ପରିଡା, ଶୁଳପାଣୀ ଶତପଥୀ, ନୀଳମାଧବ ଆଚାରୀ, ଗଙ୍ଗାଧର ନାୟକ, ସୁରେଶ ଚନ୍ଦ୍ର ଦାସ, ଗଙ୍ଗାଧର ବିଷୋୟୀ, ଦିଲ୍ଲୀପ ପ୍ରଧାନ, ଶ୍ରୀହର୍ଷ ପ୍ରଧାନ , ଗୌରୀଶଙ୍କର ମିଶ୍ର, ଧୋବା ପ୍ରଧାନ ଯୋଗଦେଇ ନିଜର ମତାମତ ଦେଇଥିଲେ I ଡକ୍ଟର ସ୍ଥିତଧୀ ରଥଙ୍କ ନିର୍ଦ୍ଦେଶନାରେ ଜଙ୍ଗଲ ସୁରକ୍ଷା ଉପରେ ପ୍ରସ୍ତୁତ ଧାରାବାହିକ “ଜଙ୍ଗଲ” ରେ ଅଭିନୟ କରିଥିବା କଳାକାର- କୁମାର ଦିଲୀପ, ସାମ୍ବାଦିକ ରୋହିତ ପ୍ରଧାନ, ସାହିଲ ମିଶ୍ର, ପ୍ରଭାସିନି ଅଧିକାରୀ, ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କୁ ମନ୍ତ୍ରୀ ଶ୍ରୀ ମଲିକ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ବୁଗୁଡ଼ା ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here