ବ୍ରହ୍ମପୁର, ୨୪/୦୧/୨୦୨୫:ବ୍ରହ୍ମପୁର ସହରରେ ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ପାଳିତ ହୋଇଯାଇଛି।ନେତାଜୀ ଙ୍କ ଜୟନ୍ତୀ ରେ ସେଣ୍ଟ ଜାଭିୟୟର୍ସ ସ୍କୁଲ ସ୍କାଉଟ ଓ ଗାଇଡ ବିଭାଗ ତରଫରୁ ପୋଷ୍ଟର ମାଧ୍ୟମରେ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଅନ୍ଧପସରା ରୋଡ ମୀନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟୟର୍ସ ସ୍କୁଲ ସ୍କାଉଟ ଓ ଗାଇଡ ବିଭାଗ ତରଫରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ଅବସରରେ ପୋଷ୍ଟର ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ସ୍କୁଲ ଅଧ୍ୟକ୍ଷ କେ .ସି ପଣ୍ଡା ଯୋଗ ଦେଇ ନେତାଜୀଙ୍କ ନୀତି ଓ ଆଦର୍ଶ ନେଇ ଅଭିଭାଷଣ ଦେଇଥିଲେ। ସହ ନିର୍ଦେଶକ କୁନାଲ କୌଶିକ ପଣ୍ଡା ଙ୍କ ସମେତ ସ୍କୁଲ ର ବହୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ସହଯୋଗ ରେ ସ୍ଲୋଗାନ ଓ ପ୍ଲାଗ କାର୍ଡ ମାଧ୍ୟମରେ ନେତାଜୀଙ୍କ ବାର୍ତ୍ତା ପ୍ରଦାନ କରାଯାଇ ଏପରି ସଚେତନ କରାଯାଇଥିଲା । ସେପରି ନେତାଜୀଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଜୟଗାନ କରାଯାଇଥିଲା ।ଓଡ଼ିଶାର ବୀର ବରପୁତ୍ର, କ୍ରାନ୍ତିକାରୀ ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ପୂର୍ବତନ ବିଡିଏ ଅଧକ୍ଷ ଶ୍ରୀ ସୁବାଷ ମହାରଣା ଡେପୁଟି ମେୟର ଶ୍ରୀ ବିବେକ ରେଡି, ଓ ବରିଷ୍ଠ କର୍ପୋରେଟର ଗଣ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ
ମାର୍ଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ତାଙ୍କ ଦୁଃସାହସିକ ସଂଗ୍ରାମୀ ଜୀବନ, ବୈପ୍ଳବିକ ବିଚାରଧାରା, ସଭିଙ୍କୁ ଏକତା ବଳରେ ବାନ୍ଧି ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ, ଆମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ବୋଲି ଉପସ୍ଥିତ ନେତା ଗଣ ମତ ପ୍ରକାଶ କରିଥିଲେ । ସେପରି ଓଡ଼ିଆ ଭାଷା ଆନ୍ଦୋଳନ ଓ ସଂସ୍କାରବାଦୀ ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ଆନ୍ଦୋଳନର ସମ୍ପାଦକ ଶିକ୍ଷାବିତ୍ ହରେକୃଷ୍ଣ ପଣ୍ଡା ଓ ପୂର୍ବତନ ଆରକ୍ଷୀ ଅଧିକାରୀ ପ୍ରମୋଦ କୁମାର ସାହୁ ପେଟ୍ରୋଲ ଟାଙ୍କି ଛକରେ ଥିବା ପୂର୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସମ୍ପାଦକ ପଣ୍ଡା ନେତାଜୀଙ୍କ ଜୀବନୀ ଓ ଅଦମ୍ୟ ସାହାସିକତା ବର୍ଣ୍ଣନା କରି କହିଥିଲେଯେ, ନେତାଜୀ ଥିଲେ ସାଲିସ ବିହୀନ ରାଜନୀତିଜ୍ଞ ଓ ସେ ଥିଲେ ଜଣେ ନିର୍ଭିକ ସ୍ୱାଧୀନତା ସଂଗ୍ରାମୀ। ନେତାଜୀଙ୍କ ଜୀବନୀ ଓ ବିବିଧ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ପତି ଓ ସମୀର କୁମାର ଆଚାର୍ଯ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମୋହନ ଚରଣ ସ୍ୱାଇଁ, ପଙ୍କଜ କୁମାର ନାୟକ, ବସନ୍ତ କୁମାର ନାୟକ ଓ ଅନ୍ୟ ମାନେ ସହଯୋଗ କରିଥିଲେ। ଶେଷରେ ଶିବ ପ୍ରସନ୍ନ ମିଶ୍ର ଧନ୍ୟବାଦ ଦେଇଥିଲେ।