ବୁଦ୍ଧଖୋଲ ମହୋତ୍ସବ ୨୦୨୫ ର ଦ୍ୱିତୀୟ ସନ୍ଧ୍ୟା

0
19

ବୁଗୁଡ଼ା ୧୦/୦୨/୨୫ ଐତିହାସିକ ଶୈବପୀଠ ଓ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ତିନିଦିନ ଧରି ଅନୁଷ୍ଠିତ ବୁଦ୍ଧଖୋଲ ମହୋତ୍ସବ ୨୦୨୫ ରବିବାର ଦିନ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ,ଏନ୍ ଏସି କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଓ ବୁଗୁଡା ନଗର ବିଧାୟକ ପ୍ରତିନିଧି ଯଜ୍ଞ ନାରାୟଣ ବେହେରା ଯୋଗଦେଇ ଥିଲେ। ଐତିହାସିକ ବୁଦ୍ଧଖୋଲ ମନ୍ଦିର ସଂସ୍କୃତି ଓ ପରମ୍ପରା ବିଷୟରେ ଲୋକଲୋଚନକୁ ଆଣିବା ସହିତ ଏହାର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ସହଯୋଗ କାମନା କରିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ।ଏହାସହିତ ବିଧାୟକ ଖଣ୍ଡପଡା ଓ ବିଧାୟକ ପିପିଲି ବୁଦ୍ଧଖୋଲ ପ୍ରକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ହଜାର ହଜାର ଲୋକ ସମାଗମ ଏବଂ ବୁଦ୍ଧଖୋଲ ଐତିହ୍ୟ ଓ ପରମ୍ପରା ଜାଣିବା ପରେ ବହୁତ ଖୁସି ଅନୁଭବ କରିଥିବା ପ୍ରକାଶ କରିଥିଲେ । ଅଞ୍ଚଳର ବ୍ଯକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଗାୟକ ରୁକୁ ସୋନା ଓ ଲିପ୍ସା ମହାପାତ୍ର ଥିଲେ। ତାଙ୍କ ସଂଗୀତ ଦର୍ଶକଙ୍କ ମନମୁଗ୍ଧ

କରିଥିଲା। ଫିଲ୍ମ ଅଭିନେତ୍ରୀ ସୁରିୟମୟି ମହାପାତ୍ର ଓ ହାସ୍ଯ ଅଭିନେତ୍ରୀ ଚାନ୍ଦିନୀ ସୁନ୍ଦର ଅଭିନୟରେ ଲୋକଙ୍କୁ ବିମୋହିତ କରିଥିଲେ। ବୁଗୁଡ଼ା ଅଞ୍ଚଳର ଲୋକନୃତ୍ୟ ଓ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତିର ଉପସଭାପତି ଗଙ୍ଗାଧର ନାୟକ ସ୍ବାଗତ ଭାଷଣ ପ୍ରଦାନ, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା ଓ ସହ ସମ୍ପାଦକ କେଦାର ନାଥ ମହାରଣା ଧନ୍ୟବାଦ ଅପର୍ଣ କରିଥିଲେ।

LEAVE A REPLY

Please enter your comment!
Please enter your name here