ବ୍ରହ୍ମପୁର,୧୧/୦୨/୨୦୨୫: ସ୍ଥାନୀୟ ଫାଷ୍ଟ ଗେଟ ନିକଟ ବ୍ରହ୍ମପୁର ସାମସ୍ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ବିଏନଆଇ ପ୍ରିମିୟର କ୍ରିକେଟ୍ ଲିଗ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪ଟି କ୍ରିକେଟ ଦଳ ଯଥା ଭାଇବ୍ରାଣ୍ଟ ରନ୍ ରାଇଅଟର୍ସ,ଭାଇବ୍ରାଣ୍ଟ ଗୁଗ୍ଣ ଗୁରୁସ୍, ଭିନ୍ନେଜ୍ ଭଏଜ୍ ଓ ଭିନ୍ନେଜ୍ ଭିକ୍ଟୋରୀ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୩ଟି ମ୍ୟାଚ୍ ଖେଳାଯାଇଥିଲା । ଦୁଇଟି ସେମିଫାଇନାଲ ଓ ଗୋଟିଏ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ଫାଇନାଲ୍ ମ୍ୟାଚ୍ ରେ ଭାଇବ୍ରାଣ୍ଟ ରନ୍ ରାଇଅଟର୍ସ ୩୦ ରନ୍ରେ ଭିନ୍ନେଜ୍ ଭଏଜ ଦଳକୁ ହରାଇ ବିଜୟୀ ହୋଇଥିଲା ।ଭାଇବ୍ରାଣ୍ଟ ରନ୍ ରାଇଅଟର୍ସ ଅଧିନାୟକ ମିତେନ୍ଦ୍ର ଭୁୟାଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ । ଦଳ ମୋଟ ୧୨ ଓଭରରେ ୬ ୱିକେଟ ହରାଇ ୧୬୩ ରନ୍ କରିଥିଲା। ଜବାବରେ ଭିନ୍ନେଜ୍ ଭଏଜ୍ ଦଳ ସମସ୍ତ ଓଭର ଖେଳି ୮ ୱିକେଟ ହରାଇ ୧୩୩ ରନରେ ସୀମିତ ରହିଥିଲା।ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ।ଶେଷ୍ଠ ବୋଲର ଭାବେ ଶ୍ରୀକାନ୍ତ ରାଉତଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଇପାରି ରୋଷନ, ଶେଷ୍ଠ ଅଲରାଉଣ୍ଡର୍ ଭାବେ ପାର୍ଥ ପାଢୀ, ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ସୈଳେଶ୍ କୁମାର ପାତ୍ର, ସିରିଜ୍ର ଶ୍ରେଷ୍ଠ ଖେଳାଳି ଭାବେ ସିମାଞ୍ଚଳ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟ ବିଏନଆଇ ସଦସ୍ୟଙ୍କ ମଧ୍ୟରେ ଏକତା ଏବଂ ବନ୍ଧୁତାକୁ ବଢ଼ାଇବାର ଏକ ଅବସର ଥିଲା ବୋଲି ଆୟୋଜକ କମିଟି ସୁଚନା ଦେଇଥିଲେ। ପ୍ରାଥମିକ ଉତ୍ସାହିଦାତା ସେଲିବ୍ରେସନ ଲାଇଭ, ମାଁଇ ହୋମ ଡେଭେଲଫର, ଅର୍ବାନ କିଚେନ୍, ହିମସାରା ଡିଏମସି ହୋଲିଡେ ପ୍ରମୁଖ ଆୟୋଜକ ମାନେ ଖେଳ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଅଂଶଗ୍ରହୀ, ସମର୍ଥକ ଏବଂ ସେବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ବର୍ଷ ଆହୁରି ଅଧିକ ଉତ୍ସାହମୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଆୟୋଜକ ଆଶା କରିଛନ୍ତି।