“ଘୁମୁସର ର ସ୍ବର” ପକ୍ଷରୁ ୧୪୬ତମ ସାହିତ୍ୟ ଆଲୋଚନା ଚକ୍ର

0
11

ବୁଗୁଡ଼ା, ୧୨/୦୨/୨୫ ପ୍ରାଚୀନ ଆଠଗଡ ରାଜ୍ଯର ଅଷ୍ଟଶମ୍ଭୁ ପୀଠ ଜିଲୁଣ୍ଡା ଗ୍ରାମର ମହାଲିଙ୍ଗେଶ୍ବର ପ୍ରାଙ୍ଗଣରେ ପବିତ୍ର ମାଘ ପୂର୍ଣ୍ଣିମା ଦିନ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ୧୪୬ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ସଭାପତି ଡକ୍ଟର. ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ କବି ଅନନ୍ତ କର ଯୋଗଦେଇ ଆଠଗଡ ମାଟିର ଐତିହ୍ୟ ସଂସ୍କୃତି ଓ କବି ପ୍ରତିଭା ସଂମ୍ପର୍କରେ ଆଲୋଚନା କରି ଥିବାବେଳେ ଅନ୍ୟ ତମ ଅତିଥି ଭାବେ ପଞ୍ଚସଖା ସାହିତ୍ୟ ସାଧକ ସର୍ଦ୍ଦାର ଲିଙ୍ଗରାଜ ଦାସ, କବି ସୌଦାମିନୀ ମିଶ୍ର, ପ୍ରଶାନ୍ତ ନନ୍ଦ, ଧନେଶ୍ବର ଜେନା ପ୍ରମୁଖ ଯୋଗଦେଇ ଆଠଗଡ ମାଟିର ଗୌରବ ସମ୍ପର୍କରେ ଆଲୋଚନା କରଥିଲେ। କବି ରାଇ ରଞ୍ଜନ ନନ୍ଦ ସଂଯୋଜନା କରିଥିବା ବେଳେ ସମାଜସେବୀ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here