ଭୂତତ୍ଵ ବିଭାଗ ତରଫରୁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଉଦଘାଟିତ

0
7

ବ୍ରହ୍ମପୁର,୧୨/୦୨/୨୦୨୫: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାୟର ଭୂତତ୍ଵ ବିଭାଗ ତରଫରୁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ବୁଧବାର ଉଦ୍ ଘାଟିତ ହୋଇଯାଇଛି । ବର୍ତ୍ତମାନ ଭୂତତ୍ୱ ବିଜ୍ଞାନର ସ୍ଥିତି ଓ ପ୍ରଗତି ବିଷୟ ତଥା ରିସେଣ୍ଟ ଟ୍ରେଣ୍ଡସ ଏଣ୍ଡ ଡେଭଲପମେଣ୍ଟସ୍ ଇନ୍ ଏର୍ଥ ସାଇନ୍ସସେସ ବିଷୟ ନେଇ ଏଠାରେ ଆଲୋଚନା କରାଯାଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଭୂତତ୍ୱ ବିଭାଗ ପ୍ରଫେସର ତଥା ଆଷ୍ଟୋଲୋଜର ଡ ମାୟାଧର ସାହୁ ଯୋଗ ଦେଇ କହିଥିଲେ ଯେ ଏପରି କର୍ମଶାଳା ଦ୍ଵାରା ଭୂତତ୍ବ ବିଭାଗ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନେ ଗବେଷଣା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରି ପାରିବେ , ଏପରି କର୍ମଶାଳା ଆୟୋଜିତ ହୋଇଥିବାରୁ ସେ ସଭିଙ୍କୁ କୃତଜ୍ଞତା ଜଣାଇଥିଲେ, । ବିଭାଗ ମୁଖ୍ୟ ତଥା ଆବାହକ ଡ ଦୀପକ କୁମାର ମିଶ୍ର ଏଥିର ଅଧ୍ୟକ୍ଷତା କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇ ଆଜିର ଯୁଗରେ ଭୂତତ୍ୱ ଶିକ୍ଷା ର ଚାହିଦା ବୃଦ୍ଧି ପାଇଥିବା କହିଥିଲେ । ଅନ୍ୟତମ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ ପ୍ରଫେସର ହୃଷୀକେଶ ସାହୁ, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ପଦ୍ମିନୀ ସାହୁ ଯୋଗ ଦେଇଥିଲେ । ସହକାରୀ ପ୍ରଫେସର ଡ୍ ରଜତ କୁମାର୍ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରଫେସର ତଥା ସାଙ୍ଗଠନିକ ସମ୍ପାଦକ ଡ୍ ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।ଶେଷରେ ସହକାରୀ ପ୍ରଫେସର ଡ ମନିଷା ଦାସ ଧନ୍ୟବାଦ ଅର୍ପଣ କରି ଥିଲେ ।ଗୁରୁବାର ଏହି କର୍ମଶାଳା ଉଦଯାପିତ ହେବ ।ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ଼. ସନ୍ତୋଷ କୁମାର ବେଜ ପ୍ରାଚୀନ ଜଳବାୟୁ ବିଶ୍ଳେଷଣ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଦ୍ବିତୀୟ ଅଧ୍ୟାୟ ରେ ନୁଆଁଦିଲ୍ଲୀ ଜେଏନୟୁ ପ୍ରଫେସର ଏମ. ଲଛନା ଦୋରା ଓ ଭୁବନେଶ୍ୱର ଆଇ ଏମ ଏମ ଟି ନିଳୀମା ଦାସ କ୍ରିଟିକାଲ ମିନେରାଲସ ର ଉତ୍ପତ୍ତି ଓ ପ୍ରୟୋଗ ଉପରେ ଆଲୋକ ପାତ କରିଥିଲେ।
ଡ଼. ଆଶିଷ କୁମାର ସ୍ବାଇଁ, ଭାରତୀୟ ଭୂତତ୍ୱିକ ସର୍ବେକ୍ଷଣ ର ନିର୍ଦେଶକ ଜଳବାୟୁ ପରିବର୍ତ୍ତନ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ।
ଶ୍ରୀ ଶିଶିର ଚନ୍ଦ୍ର ପଣ୍ଡା , ଅତିରିକ୍ତ ନିର୍ଦ୍ଦେଶକ (ଭୂତତ୍ତ୍ଵ) ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ।

ଶ୍ରୀ ଗୌରବ କୁମାର ସ୍ବାଇଁ ଓ ସବ୍ୟସାଚୀ ଦାସ ଭୂତଳ ଜଳର ଓ ଉତ୍ପତ୍ତି ଓ ବିଚ୍ୟୁତି ସମ୍ପର୍କରେ ଆଲୋଚନା କରିଥିଲେ

LEAVE A REPLY

Please enter your comment!
Please enter your name here