ବିନା କାରଣରେ ଛଟେଇ କୁ ବିରୋଧ

0
22

ବ୍ରହ୍ମପୁର,୧୫/୦୨/୨୦୨୫:ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ସଂଘ ର ବିଭିନ୍ନ ସମସ୍ୟା ଭିତ୍ତିକ ଦାବୀ ଗୁଡିକୁ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଚେୟାରମ୍ୟାନ ସ୍ବାସ୍ଥ୍ୟ ବିକାଶ ସମିତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ନିବେଦନ କରିଛନ୍ତି।ବିନା କାରଣରେ ଛଟେଇ କୁ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ସଂଘ ବିରୋଧ କରିଛନ୍ତି।ବିଭିନ୍ନ ଦାବି ଗୁଡିକ ମଧ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀନ ରେ ଆଉଟଡୋର ଡିପାର୍ଟମେଣ୍ଟ ମାନଙ୍କ ରେ କାର୍ଯ୍ୟ କରୁଥିବା ୧୮ ଜଣ ଡାଟାଏଣ୍ଟ୍ରି ଅପରେଟର ଓ ଦୁଇଜଣ ଲିଫ୍ଟ ଅପରେଟର କର୍ମଚାରୀ ଙ୍କ ଛଟେଇ ବାତିଲ କରି ସେମାନଙ୍କ ଅଭିଜ୍ଞତା ଭିଭି ରେ ପୁନଃ ନିଯୁକ୍ତି ଦିଆଯିବା,ଏଜେନ୍ସି ପରିବର୍ତନ ହେଲେ ମଧ୍ୟ ମେଡିକାଲ ଟେଣ୍ଡର ଗାଇଡଲାଇନ ଅନୁସାରେ ବରିଷ୍ଠତା ଓ ତିନିବର୍ଷ ଅଭିଜ୍ଞତା କୁ ବିଚାର କୁ ନେଇ କୌଣସି କର୍ମଚାରୀ ଙ୍କୁ ବିନାକାରଣ ରେ ଛଟେଇ କରାନଯିବା,ବାରମ୍ବାର ଦାବୀ ସତ୍ତ୍ଵେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ବାରା ଏ ପର୍ଯ୍ୟନ୍ତ ଇପିଏଫ ଓ ଇଏସଆଇ ର ସଠିକ ପୈଠ ହୋଇ ପାରୁନାହିଁ କିମ୍ବା ଆନେକ କର୍ମଚାରୀ ଙ୍କ ମୂଳ ରୁ ଇପିଏଫ /ଇଏସଆଇ ପୈଠ ହେଉନାହିଁ,ଏହାର ତୁରନ୍ତ ସମାଧାନ କରାଯିବା, ବର୍ତ୍ତମାନ ର ଅହେତୁକ ବଜାର ଦର ଅନୁସାରେ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ବଢାଇବା ପାଇଁ ବ୍ୟବସ୍ଥା
କରାଯିବା ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here