ପୋଲସରା ଦିବ୍ୟ ଜୀବନ ସଙ୍ଘର ନୂତନ କମିଟି ଗଠନ

0
11

ପୋଲସରା, ୨୧/୦୨/୨୫ :(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଶାଖା, ଦିବ୍ୟ ଜୀବନ ସଂଘର ସାଧାରଣ ଅଧିବେଶନ ଓ ନୂତନ କମିଟି ଗଠନ ହୋଇଯାଇଛି। ବରିଷ୍ଠ ସଭ୍ୟ ସାରଙ୍ଗ ପାଣି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାଖାର କର୍ମକର୍ତ୍ତା ଏବଂ ସଭ୍ୟ ଓ ସଭ୍ୟା ବୃନ୍ଦ ଯୋଗଦେଇଥିଲେ। ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀଙ୍କ ବୈଦିକ ମନ୍ତ୍ରୋଚାରଣ ପାଠ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଶେଷରେ ଆଗାମୀ ତିନି ବର୍ଷ ପାଇଁ ସଂଘର ପରିଚାଳନା ସକାଶେ ସର୍ବସମ୍ମତି କ୍ରମେ ପରିଚାଳନା କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ପ୍ରକାଶ ଚନ୍ଦ୍ର ପ୍ରଧାନ, ଉପସଭାନେତ୍ରୀ ଭାବେ ସୁକାନ୍ତି ସାହୁ, ସଂପାଦକ ଭାବେ ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀ, ଯୁଗ୍ମ ସଂପାଦକ ଭାବେ ଜୟ ସିନ୍ଧୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ପାଣିଗ୍ରାହୀ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ଲକ୍ଷ୍ମୀ ନାରାୟଣ ପୃଷ୍ଟି, ରବିନ୍ଦ୍ର ନାଥ ପତି, ଗୌରହରି ବିଷୋୟୀ, ପ୍ରଣବାନନ୍ଦ ତ୍ରିପାଠୀ ଓ ନିଳୀମା କୁମାରୀ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସୁଦାମ ଚନ୍ଦ୍ର ମହାରଣା, ପ୍ରସନ୍ନ କୁମାର ସାହୁ, ସୁରେନ୍ଦ୍ର ନାଥ ପାଢ଼ୀ ସରୋଜିନୀ ପଣ୍ଡା , ରାଜଲକ୍ଷ୍ମୀ ଦାସ, ରଶ୍ମିତା ପାତ୍ର ପ୍ରମୁଖଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ/ସଦସ୍ୟା ଭାବେ ମନୋନୀତ କରାଯାଇଥିଲା। ପରେ ମୋଟ୍ ୧୮ ଜଣିଆ ନୁତନ କମିଟିର କର୍ତ୍ତାମାନେ ସଂଘର ସୁଚାରୁ ରୂପେ ପରିଚାଳନା କ୍ଷେତ୍ରରେ ନିଜନିଜର ଯଥାସାଧ୍ୟ ସେବା ଯୋଗାଇଦେବାକୁ ପ୍ରତିଜ୍ଞା ବଦ୍ଧ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଅନ୍ୟ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ ନୂତନ କର୍ମକର୍ତ୍ତାଙ୍କୁ ସ୍ଵାଗତ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here