ସ୍ବାମୀ ଅଦ୍ଵୈତାନନ୍ଦ ସରସ୍ୱତୀ ମହାରାଜ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ

0
4

ବ୍ରହ୍ମପୁର,୨୨/୦୨/୨୦୨୫:ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ବ୍ରହ୍ମପୁର ତରଫରୁ ବରିଷ୍ଠ ସନ୍ଥ, ବିଶ୍ଵ ଦିବ୍ୟ ଜୀବନ ସଂଘ, ମୁଖ୍ୟାଶ୍ରମ, ରିଶିକେଶ ର ମହାସଚିବ ତଥା ସାଧାରଣ ସମ୍ପାଦକ ସ୍ବାମୀ ଅଦ୍ଵୈତାନନ୍ଦ ସରସ୍ଵତୀ ମହାରାଜ ଓ ସ୍ବାମୀ ଅକ୍ଷରାନନ୍ଦ ସରସ୍ଵତୀ ମହାରାଜ ଙ୍କୁ ଉଚ୍ଛର୍ଷୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। “ସାଧୁ ଦର୍ଶନମ ମହାପାତକ ନାଶନମ, ସାଧୁ ସଙ୍ଗମ ମହାପୁନ୍ୟମ, ସାଧୁ ସଙ୍ଗ ସାଧନାଂ ମହକୈବଲ୍ୟମ ପ୍ରାପ୍ତମ୍” ଓ ସ୍ୱାମୀଜୀ ମାନେ ଚଳନ୍ତି ଗଙ୍ଗା ସଦୃଶ୍ୟ, ଆମ ବ୍ରହ୍ମପୁର ମାଟି ଆଜି ପବିତ୍ର ହୋଇ ଯାଇଛି ବୋଲି ବରିଷ୍ଠ ସଦ୍ୟସ ଶ୍ରୀନିବାସ ପାତ୍ର ମତବ୍ୟକ୍ତ କରିଥିଲେ। ଭଗବାନ ଙ୍କ ଉପରେ କେମିତି ବିଶ୍ୱାସ କରିବାକୁ ହେବ ସ୍ୱାମୀଜୀ ମହାରାଜ କହିବା ସହ ଗୁରୁମହାରାଜ ଙ୍କ ପବିତ୍ର ବିଶ୍ୱପ୍ରାର୍ଥନା,ବିଂଶ ଉପଦେଶାବଳୀ, ଆଦି ବିଷୟରେ ଅଶ୍ରିବଚନ ରଖିଥିଲେ। ସ୍ବାମୀ ଅକ୍ଷରାନନ୍ଦ ସରସ୍ଵତୀ ମହାରାଜ ମନୁଷ୍ୟ ଜନ୍ମ ର ମହତ୍ତ୍ଵ, ସାଧନା ବିଷୟରେ କହିଥିଲେ। ଦିବ୍ୟ ଜୀବନ ସଂଘ, ଦକ୍ଷିଣାଞ୍ଚଳ ସମନ୍ୱୟ ସମିତି ର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା ଙ୍କ ସଂଯୋଜନା ରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ସଭାନେତ୍ରୀ ଜ୍ୟୋସ୍ନାରାଣୀ ଦାସ, ଅରୁଣ ଦାସ,ରବିନ୍ଦ୍ର ନାଥ ଦାଶ,ଭଗବାନ ଖଟେଇ, ଶକୁନ୍ତଳା, ମମତା ମହାପାତ୍ର,ପ୍ରମିଳା ମହାରଣା, ଏଲ୍. ଜଗନ୍ନାଥ, ଡ. ଅଶୋକ ପାଢ଼ୀ, ସୁରେଶ ବରାଡ, ପ୍ରବୀଣା ମିଶ୍ର, ମଧୁସୂଦନ ମହାପାତ୍ର, ନଦିଆ ରାଣୀ, ଅନ୍ନପୂର୍ଣ୍ଣା ସାହୁ ପ୍ରଭୁତି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here