ବିଜ୍ଞାନ ଦିବସ ରେ ଜାଭିୟର୍ସ ସ୍କୁଲ୍ ତରଫରୁ ଆଲୋଚନା ଓ ସମ୍ୱର୍ଦ୍ଧନା ପର୍ବ

0
7

ବ୍ରହ୍ମପୁର, ୨୮/୦୨/୨୦୨୫: ବିଜ୍ଞାନ ଦିବସ ଅବସରରେ ମୀନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ଏକ ଆଲୋଚନା ଚକ୍ର ସହ ସ୍କୁଲ ର ସମସ୍ତ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ୍ ଅଧକ୍ଷ କେ. ସି ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ ବିଭୂତି ପ୍ରସାଦ ବାରିକ ଯୋଗ ଦେଇ ଆଜିର ଯୁଗରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଜ୍ଞାନ ଶିକ୍ଷା ର ଆବଶ୍ୟକତା ସଂପର୍କ ରେ ସୂଚନା ଦେଇଥିଲେ। ପ୍ରତି କ୍ଷେତ୍ର ରେ ବିଜ୍ଞାନ ର ଗୁରୁତ୍ଵ ରହିଛି ବୋଲି ମୁଖ୍ୟ ଅତିଥି ବାରୀକ କହିବା ସହ ସମସ୍ତେ ଏପରି ଶିକ୍ଷା ପ୍ରତି ଧ୍ୟାନ ଦେଲେ ଭବିଷ୍ୟତରେ ଜଣେ ଜଣେ ଭଲ ବୈଜ୍ଞାନିକ ଓ ଗବେଷକ ହୋଇପାରିବେ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଜି.ଏସ.ପଣ୍ଡା, ସହ ନିର୍ଦ୍ଦେଶକ ଇଞ୍ଜିନିୟର କୁନାଲ୍ କୌଶିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜ୍ଞାନ ଦିବସ ଉପଲକ୍ଷେ ସ୍କୁଲ ତରଫରୁ ବିଜ୍ଞାନ ଶିକ୍ଷକ ଶ୍ରବଣ କୁମାର ନାୟକ, ଶିକ୍ଷୟତ୍ରୀ ଗାୟତ୍ରୀ ସାହୁ, ସୌମ୍ୟ ସ୍ୱାଗତିକା, ମଞ୍ଜୁଶ୍ରୀ ମହାପାତ୍ର, ଶିବାଙ୍ଗି ଦାସ, ସୋନାଲି ସାହୁ, ଗାୟତ୍ରୀ ସାହୁ ଓ ଦୀପ୍ତି ମୟୀ ମହାନ୍ତି ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ହର ବିନ୍ଦର କୌର, ମିନତୀ ଷଡ଼ଙ୍ଗୀ, ରଶ୍ମିତା ଦଳାଇ,ଅନୁପମା ପ୍ରଧାନ, କିରଣ ଓ ଦୀପକ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ସ୍କୁଲରେ ଏପରି ବିଜ୍ଞାନ ଦିବସ ପାଳନ କରାଯାଇ ଥିବାରୁ ଏଠାରେ ସମସ୍ତ ଛାତ୍ର ଛାତ୍ରୀ ଖୁସି ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here