ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
5

ବ୍ରହ୍ମପୁର, ୧୬/୦୩/୨୦୨୫: ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ ଗଞ୍ଜାମ ଜିଲ୍ଲା କ୍ରିଡା ସଂଗଠନ ଓ ବରିଷ୍ଠ ଭଲିବଲ୍ ଖେଳାଳୀ ସଂଗଠନ ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ କୁ ପ୍ରଫେସର ଡା ବିଷ୍ଣୁ ଚରଣ ଚୌଧୁରୀ ଉଦଘାଟନ କରିଥିଲେ।ଅରୁଣ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କ୍ରିଡା ପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଜିଲ୍ଲା ର ବରିଷ୍ଠ ଖେଳାଳୀ ସ୍ବର୍ଗତ ଉଦୟନାଥ ସାସମଲ, ଉଦୟନାଥ ସାହୁ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଭଲିବଲ୍ କୋଚ ସ୍ବର୍ଗତ ପି.ସି. ସିଂ ସାମନ୍ତ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଓ ଗଞ୍ଜାମ ଜିଲ୍ଲା କ୍ରିଡା ସଂଗଠନ ର ମିଳିତ ଆନୁକୂଲ୍ୟରେ ଏହାକୁ ଆୟୋଜନ କରାଯାଇଛି।ଏଥିରେ ଛ ଟି ଦଳ ଭାଗ ନେଇଛନ୍ତି।ଉପ ସଭାପତି ବିଜୟ କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା କ୍ରିଡା ସଂଗଠନ ସଂପାଦକ ଜେ.କାମେଶ୍ବର ରାଓ,ସଂଗଠନ ସଂପାଦକ ଅରୁଣ କୁମାର ସାସମଲ,ସମନ୍ୱୟ ସଂପାଦକ ରାମ ଚନ୍ଦ୍ର ସେଠୀ ସମେତ ବହୁ କ୍ରିଡାବିତ୍ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here