ପିପୁଲସ କଲେଜରେ କୁଳ ବୃଦ୍ଧ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ପାଳନ।

0
6

ବୁଗୁଡା, ୨୮/୪/୨୬ : ବୁଗୁଡ଼ ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୨୮-୪-୨୬ ତାରିଖ ଦିନ କୁଳ ବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜୟନ୍ତୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜନୀତ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମଧୁବାବୁଙ୍କ ଜୟନ୍ତୀ ଉତ୍ସବରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କଲେଜର ଭାଇସ-ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ସମ୍ମାନିତ ଅତିଥିଭାବେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, କୁଳ ବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏମଏ, ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଏଲଏଲବି, ପ୍ରଥମ ବିହାର – ଓଡିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ଭାଇସରାୟ ପରିଷଦର ପ୍ରଥମ ସଦସ୍ୟ ଥିଲେ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷିତ, ଗୁଣବାନ, ଚରିତ୍ରବାନ ଓ ଜାତିପ୍ରେମୀ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯୋଗଦେଇଥିଲେ। ସମସ୍ତେ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷରେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here