ବ୍ରହ୍ମପୁର-ମୁମ୍ୱାଇକୁ ଆଉ ଏକ ଟ୍ରେନ ଚଳାଚଳ ପାଇଁ ମୁମ୍ବାଇର ବରୁଣେଶ୍ୱର ଚାଟମୁଣ୍ଡଳି ସୋସିଆଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସାଂସଦଙ୍କୁ ଦାବି ପତ୍ର ।

0
174

ବ୍ରହ୍ମପୁର,୨୫/୦୨/୨୦୨୦(ବ୍ୟୁରୋ ରିପୋର୍ଟ)

ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରୁ  ମୁମ୍ବାଇକୁ କେବଳ ଗୋଟିଏ ମାତ୍ର ଟ୍ରେନ୍‌ ଚଳାଚଳ ହେଉଛି । ସେହି ଟ୍ରେନ୍‌ ହେଉଛି କୋଣାର୍କ ଏକ୍ସପ୍ରେସ । ଏହାଛଡ଼ା ଅନ୍ୟ କୌଣସି ଟ୍ରେନ୍‌ ସିଧାସଳଖ ମୁମ୍ବାଇକୁ ଚଳାଚଳ ହୋଇପାରୁନାହିଁ । ଯାହାଫଳରେ ଦକ୍ଷିଣ ଓଡିଶା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ମୁମ୍ୱାଇରେ  ରହୁଥିବା ପ୍ରାୟ ୭ ଲକ୍ଷ  ପ୍ରବାସୀ ଓଡ଼ିଆ ମାନେ ବହୁ ଅସୁବିଧା ଭୋଗୁଛନ୍ତି  । ତେଣୁ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହରରରୁ ସିଧାସଳଖ ମୁମ୍ବାଇକୁ ଏକ ନୂତନ ଟ୍ରେନ୍‌ର ବ୍ୟବସ୍ଥା କରିବା ନିମନ୍ତେ ଦାବି କରିଛି ମୁମ୍ବାଇର ବରୁଣେଶ୍ୱର ଚାଟମୁଣ୍ଡଳି ସୋସିଆଲ୍‌ ଫାଉଣ୍ଡେସନ୍‌ । ଏହାଛଡ଼ା ମୁମ୍ବାଇର ଆଉ ଏକ ଟ୍ରେନ୍‌ ବାହାରି ବିଶାଖାପାଟଣାରେ ରହିଯାଉଛି ସେହି ଟ୍ରେନ୍‌କୁ ବ୍ରହ୍ମପୁର ଓ ଭୂବନେଶ୍ୱରକୁ ସମ୍ପ୍ରସାରଣ କରିବା ଓ ପୁନେ ଯାଉଥିବା ଟ୍ରେନ୍‌କୁ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ ନିମନ୍ତେ ଫାଉଣ୍ଡେସନ୍‌ ଦାବି କରିଛି । ଏହି ଦାବି ନେଇ ଫାଉଣ୍ଡେସନ୍‌ର ସଭାପତି ନିଳାଞ୍ଚଳ ପାତ୍ର ଓ ଉପ-ସଭାପତି କୃଷ୍ଣ ପ୍ରଧାନ  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିବା ସହ ଏନେଇ ଆଲୋଚନା କରିଥିଲେ । ସେପଟେ ନୂତନ ଟ୍ରେନ୍‌ ଚଳାଚଳ ନେଇ ସାଂସଦ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି । ଏହାଛଡ଼ା କିଭଳି ଭାବେ ଏହି ସମସ୍ୟାର ସମାଧାନ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀକୁ ଉପସ୍ଥାପନା କରିବା ସହ  ପଦକ୍ଷେପ ନିଆଯିବ ବୋଲି ସାଂସଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here