ଭଞ୍ଜନଗର,୧୧/୦୩/୨୦୨୦: ଭଞ୍ଜନଗର ବିଜେପି ପକ୍ଷରୁ ମୁଜାଗଡ଼ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କ ଗିରଫ ପ୍ରତିବାଦ ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତ ୮ତାରିଖରେ ପିଡ଼ିଏସ ୬୧କ୍ୱିଣ୍ଟାଲ ଚାଉଳ ଓ ୪କ୍ୱିଣ୍ଟାଲ ଗହମ ହେରଫେର ଅଭିଯୋଗରେ ସରପଞ୍ଚ, ପିଇଓ ଏବଂ ଯୋଗାଣ ଅଧିକାରୀ ଙ୍କ ନାମରେ ବିଡ଼ିଓ ଥାନାରେ ଏତଲା ଦେଇଥିଲେ।ହେଲେ ପୋଲିସ କେବଳ ସରପଞ୍ଚ ଙ୍କୁ ଗିରଫ କରିଛି।ତେଣୁ ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛି ବିଜେପି।ନଚେତ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି।
ରିପୋର୍ଟ:ସୁଶାନ୍ତ ମିଶ୍ର