ବର୍ଷ ବର୍ଷ ଧରି ମହିଳା ଶୌଚାଳୟରେ ଝୁଲୁଛି ତାଲା ପ୍ରଶାସନିକ ନଜର ପଡ଼ିବ କେବେ?

0
410

 

ବାଲିଗୁଡା,୧୨/୦୩/୨୦୨୦ : କନ୍ଧମାଳ ବାଲିଗୁଡ଼ା ଏନଏସି ବସ ଷ୍ଟାଣ୍ଡରେ ଏକ ମହିଳା ଶୌଚାଳୟ ବହୁତ ବର୍ଷ ଆଗରୁ ତିଆରି କରାଯାଇଛି ହେଲେ ଏହି ଶୌଚାଳୟରେ ସବୁଦିନ ତାଲା ପଡ଼ିରହୁଛି ଯାହାଫଳରେ ବାହାରୁ ଆସିଥିବା ମହିଳା ମାନଙ୍କ ପାଇଁ ନାନାପ୍ରକାର ଅସୁବିଧା ଉପୁଜୁଛି ମହିଳା ମାନେ ଏଣେ ତେଣେ ଜାଗାକୁ ଯାଆନ୍ତି ଯାହା ଫଳରେ ପରିବେଶ ଦୂଷିତ ହେଉଛି ଏଠି ଦେଖିବାକୁ ମିଳୁଛି ସରକାରଙ୍କ ସ୍ଵଛ ଭାରତ ଫେଲ ମାରିଛି ବଡ଼ ଦୁଃଖର ଖବର ଏନଏସି କାର୍ଯ୍ୟାଳୟରୁ ମାତ୍ର ୫୦ ମିଟର ଦୂରରେ ଏହି ମହିଳା ଶୌଚାଳୟ ଅଛି ଏ ପର୍ଯ୍ୟନ୍ତ ପ୍ରଶାସନର ଆଖିରେ ନଜର ପଡ଼ିନି ନା ଜାଣି ଶୁଣି ନିରବ ରହିଛନ୍ତି ଏହା ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ମହିଳା ଯାତ୍ରୀଙ୍କ ଦାବି ହେଉଛି ଏହାକୁ ଯଥା ଶୀଘ୍ର ଖୋଲାଯାଉ।
ରିପୋର୍ଟ: ଟିକି ଦଣ୍ଡିଆ

LEAVE A REPLY

Please enter your comment!
Please enter your name here