ଘର ସମ୍ମୁଖରେ ବେଆଇନ ପଥର ଫୁଟା, ତହସିଲଦାର ନିରବ

0
560

 

କୁକୁଡାଖଣ୍ଡି,୧୪/୦୩/୨୦୨୦:ଗ୍ରାମ ଭିତରେ ତାହା ପୁଣି ଲୋକ ଙ୍କ ଘର ସମ୍ମୁଖରେ ଥିବା କିଛି ପଥର କୁ ବ୍ରହ୍ମପୁର ର ଜଣେ ବ୍ୟବସାୟୀ ବେଆଇନ ଭାବେ ଉକ୍ତ ପଥର ଗୁଡିକୁ ଫୁଟାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି ତହସିଲଦାର।ଗ୍ରାମ ମଧ୍ୟରେ ଜନ ବସତି ଅଂଚଳ ରେ କିପରି ବେଆଇନ ଭାବେ ପଥରଫୁଟା ଚାଲିଛି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।କକୁଡାଖଣ୍ଡି ତହସିଲ ଅଧିନ ପ୍ରତାପକୃଷ୍ନଚନ୍ଦ୍ରପୁର ଗ୍ରାମରେ ବ୍ରହ୍ମପୁପର ର ଜଣେ ବ୍ୟବସାୟୀ ଜାଗା କିଣିଛନ୍ତି।ସେଠାରେ କିଛି ପଥର ଥିବାରୁ ସେ ତାହାକୁ ବେଆଇନ୍ ଭାବେ ଫୁଟାଉଛନ୍ତି।ଯାହା ଦ୍ବାରା କି ପଥର ଗୁଡିକ ଘର ଉପରେ ପଡୁଛି ଏବଂ ଘର ଗୁଡିକ ଫଟା ଦେଉଛି।ଏନେଇ ଗ୍ରାମବାସୀ ରାଜସ୍ବ ନିରିଷକ ଙ୍କୁ ଜଣାଇବା ପରେ ୩୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ରାଜସ୍ବ ନିରିଷକ।କିନ୍ତୁ ତଥାପି ଫୁଟା ବନ୍ଦ କରୁନାହାନ୍ତି ଉକ୍ତ ବ୍ୟବସାୟୀ ଜଣଙ୍କ ।କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର କହିଛନ୍ତି, ଏନେଇ କିଛି ଅଭିଯୋଗ ଆସିନି।ଘଟଣା ସଂପକରେ ତଦନ୍ତ କରିବି।

LEAVE A REPLY

Please enter your comment!
Please enter your name here