ଆର.ଏମ.ସି ପୁରାତନ କୋଠାର ଜବରଦଖଲ ଉଚ୍ଛେଦ

0
329

ପାରଳାଖେମୁଣ୍ଡି, ୧୪/୦୩/୨୦୨୦:(ପ୍ରଭାତ କୁମାର ପାତ୍ର)

ପାରଳାଖେମୁଣ୍ଡି ଜଙ୍ଗମ ସାହି ଛକ ନିକଟରେ ଥିବା ନିୟନ୍ତ୍ରଣ ବଜାର କମିଟି (ଆର. ଏମ୍. ସି) ର ପୁରାତନ କୋଠାଗୃହ ବହୁ ବର୍ଷ ହେଲା ପଡି ରହିଥିବା ବେଳେ ସେଠାରେ ବହୁ ଦୋକାନ ଗୁଡିକ ଚାଲୁ ରହିଥିଲା ବା ଉକ୍ତ କୋଠାକୁ ନିଜ ଦଖଲରେ ରଖିଥିଲେ। ଆର. ଏମ୍. ସି ପକ୍ଷରୁ ମାଜିଷ୍ଟ୍ରେଟଙ୍କ ନିଦ୍ଦେର୍ଶ ପ୍ରକାରେ ପୋଲିସ ସୁରକ୍ଷା ସହ ଜେସିବି ମେସିନ ଲଗାଇ ଏହି କୋଠାଗୂହକୁ ଉଛେଦ କରାଯାଇଛି। ତେବେ ନିୟନ୍ତ୍ରଣ ବଜାର ସମିତି ପକ୍ଷରୁ ଏଠାରେ ନୂତନ ଭାବେ ଦୋକାନ ଗୃହ ଏବଂ ଅନ୍ୟାନ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି। ଏହି ଉଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ ସହକାରେ ତହସିଲ ଦାର ଅଚ୍ୟୁତା ନନ୍ଦ ଜାନୀ ଉପସ୍ଥିତ ଥିବା ବେଳେ ବ୍ୟାପକ ପୋଲିସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here