କନ୍ଧମାଳ, ୧୪/୦୩/୨୦୨୦:ବାଲିଗୁଡ଼ା ଏନଏସି ଗୁଳିମରା ସାହିର ଦୂତିଆ ବେହେରା ବୟସ ୬୨ ବର୍ଷ ଏକ ଛୋଟିଆ ଠେଲା ଗାଡ଼ିରେ ଜଳଖିଆ ଦୋକାନ କରି ପେଟ ପୋଷନ୍ତି ହଠାତ ତାଙ୍କର ରକ୍ତ ଚାପ ଅଧିକ ହେବାରୁ ପାରାଲିସିସ ରୋଗରେ ଦୀର୍ଘ ୨୫ ଦିନ ହେଲା ଆକ୍ରାନ୍ତ ହେଉଛନ୍ତି ତାଙ୍କର ଘର ମଧ୍ୟ୍ୟ ଖୋଲା ଆକାଶରେ ତଳେ କେତେବେଳେ ଘର ଭୁସୁଳିଯିବ ତାହା ମଧ୍ୟ୍ୟ କହିହେବନି ତାଙ୍କର ଜୀବନ ଏବେ ଭଙ୍ଗା ମାଟି ଝାଟି ଘରେ ବିତୁଛି ଗରିବ ଦୂତିଆ ବେହେରାଙ୍କ ପାଖରେ ଟଙ୍କାର ଅଭାବ ହେତୁ ମେଡ଼ିକାଲରେ ଚିକିତ୍ସା କରି ପାରୁ ନାହାନ୍ତି । ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ କଲେ ମୁଁ ମୋ ସ୍ୱାମୀକୁ ଚିକିତ୍ସା କରିପାରିବେ ସରକାରଙ୍କ ଦ୍ୱରା ଘୋଷଣା ହୋଇଥିବା ପଟ୍ଟା ପ୍ରଦାନ ତାହା ମଧ୍ୟ୍ୟ ଷ୍ଟିକରମାରି ପଡ଼ି ରହିଛି ଏହାର ତଦନ୍ତ କରି ପଟ୍ଟା ଦିଆଗଲେ ଘର ଖଣ୍ଡିଏ ହୋଇଥାନ୍ତା ଅନୁରୋଧ କରୁଛି ମୋ ସ୍ୱାମୀର ଚିକିତ୍ସା ପାଇଁ ସରକାରୀ ସୁବିଧା କରିବା ସହ ରହିବା ପାଇଁ ଘର ଖଣ୍ଡିଏ ସାହାଯ୍ୟ କରାଯାଉ ବୋଲି ଜନସାଧାରଣରେ ଦାବିହେଉଛି ।
ରିପୋର୍ଟ: ସୁରେଶ କୁମାର ପଣ୍ଡା