ବାଲିଗୁଡା,୨୨/୦୩/୨୦୨୦:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡୁରା ପଞ୍ଚାୟତ ସମିତି ସଭ୍ୟ ରାମପତି ମଳିକ(୬୦)ଙ୍କ ଶନିବାର ନିଜ ଗ୍ରାମରେ ଅକାଳ ବିୟୋଗ ଘଟିଛି l ଖବର ପାଇବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ମହଲ ସମେତ ନିଜ ପଞ୍ଚାୟତ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି l ପ୍ରକାଶଯେ,ଶ୍ରୀ ମଲ୍ଲିକ ଗତ କିଛି ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ବାଲିଗୁଡା ଓ ପରେ ପରେ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଭଳି ବିଭିନ୍ନ ମେଡିକାଲରେ ଚିକିସ୍ତିତ ହୋଇ ଫେରିଥିଲେ l ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ଶନିବାର ୨୧ ତାରିଖ ଦିନ ନିଜ ଗ୍ରାମରେ ଅକାଳ ବିୟୋଗ ଘଟିଛି l ସେ କଂଗ୍ରେସ ଦଳର ଜଣେ ପୁରୁଖା ବରିଷ୍ଠ କର୍ମୀ ଥାଇ ପୂର୍ବରୁ ଦୁଇ ଥର ସରପଞ୍ଚ ଓ ଦୁଇ ଥର ସମିତି ସଭ୍ୟ ପଦ ହାତେଇ ପାରିଥିଲେ l
ରିପୋର୍ଟ: ସୁରେଶ କୁମାର ପଣ୍ଡା