ଚିକିଟି ରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି

0
172

ଚିକିଟି,୨୮-୦୩-୨୦୨୦(ରିପୋର୍ଟ-ତ୍ରିପତି ସାହୁ) ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ସାରା ଭାରତ କୁ ୨୧ ଦିନ ପାଇଁ ଲୋକ ଡାଉନ ଘୋଷଣା କରାଯାଇ ଥିବା ବେଳେ ଓଡ଼ିଶସରକାର ଏହାକୁ ସମର୍ଥନ କରି ଲୋକ ଡାଉନ ବ୍ୟବସ୍ଥା ବଳବତ୍ତର ରଖିଛନ୍ତି।ଏହି ପରିପେକ୍ଷିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଅତ୍ୟାବଶ୍ୟକ ସାମଗ୍ରୀ କୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଭିଡ ନିୟନ୍ତ୍ରଣ, ସାମାଜିକ ଦୂରତା ଓ ସଙ୍ଗ ବଦ୍ଧ କୁ ଦୃଷ୍ଟିରେ ରଖି ଚିକିଟି ଉପଖଣ୍ଡ ପୋଲିସ ଅଧିକାରୀ ସୁରେନ୍ଦ୍ର ନାଥ ମୂର୍ମୁ ଓ k ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ତତ୍ୱବୋଧାନ ରେ ପୋଲିସ ବାହୀନି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୀନ ରାତି ପେଟ୍ରୋଲିଂ କରି ଜନଗହଳି ,ସଙ୍ଗ ବଦ୍ଧ ଓ ଆଇନ ଅମାନ୍ୟ କାରୀଙ୍କୁ ତାଗିଦ କରିଥିବା ଜଣାପଡ଼ିଛି।ଆଜି ସହରର କେତକ ଯୁବକ ଏକାଠି ହୋଇ କ୍ରିକେଟ ଖେଳୁଥିବା ବେଳେ ଖବର ପାଇ ଥାନା ମହିଳା ଇନ୍ସପେକ୍ଟର ରିତାଞ୍ଜଳୀ ସେଠୀ ପହଞ୍ଚି ଖେଳ ବନ୍ଦ କରି ଏକାଠି ହୋଇ ଖେଳିବା ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ଥିବା ସଚେତନତା କରିବା ସହ ଲୋକ ଡାଉନ ସମୟ ମଧ୍ୟରେ ଏକାଠି ହୋଇ ଖେଳିବାକୁ ଯୁବକ ମାନଙ୍କୁ ତାଗିଦ କରି ଛାଡ଼ିଦେଇଛନ୍ତି।ସେହିପରି ଇନ୍ସପେକ୍ଟର ଜ୍ଞାନରଞ୍ଜନ ସେଠୀଙ୍କ ନେତୃତ୍ୱରେ ପେଟ୍ରୋଲିଂ କରାଯାଇ ଆଇନ ଶୃଙ୍ଖଳା ଭାଙ୍ଗ କରୁଥିବା ବ୍ୟକ୍ତିଙ୍କୁ ତାଗିଦ କରିବା ସହ ଜନସାଧାରଣ ଙ୍କୁ କରୋନା ଭୁତାଣୁ ର ଭୟାବହ ସମ୍ପର୍କରେ ସଚେତନ କରାଯାଉଛି।

LEAVE A REPLY

Please enter your comment!
Please enter your name here