ଶେରଗଡ,୧୫/୦୪/୨୦୨୦:ସ୍ୱୟଂ ସହାୟକ ସଂଘ ମାଧ୍ୟମରେ ଅଣ୍ଡା ବଣ୍ଟନ କୁ ଶେରଗଡ ବ୍କକ ଅଙ୍ଗନବାଡିକର୍ମୀ ସଂଘ ପକ୍ଷରୁ ବିରୋଧ କରାଯାଇଛି ବୋଲି ସଂଘ ସଭାନେତ୍ରୀ ରଂଜିତା ରଥ ବିବୃତିରେ ଜଣାଇଛନ୍ତି।ଲକ୍ ଡାଉନ କୁ ଦୃଷ୍ଟି ରେ ରଖି ଏସ ହେଚ ଜି ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ର କୁ ଅଣ୍ଡା ଯୋଗାଇବା ନିଷ୍ପତ୍ତି କୁ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।ପୂର୍ବରୁ ଅଙ୍ଗନବାଡିକର୍ମୀ ମାନେ ଅଧିକ ଦରରେ ଅଣ୍ଡା କିଣି କେନ୍ଦ୍ର ଚଳାଉଥିଲେ।ଏବେ ଏସ୍ ହେଚ ଜି କେଉଁ ଆଧାର ରେ ଅଣ୍ଡା ଯୋଗାଇବେ ତାହା ପ୍ରଶ୍ନବାଚୀ ହୋଇଛି।ଏଣୁ ଏପରି ନିଷ୍ପତ୍ତି ର ପୁନଃ ବିଚାର ପାଇଁ ସଂଘ ପକ୍ଷରୁ ଜିଲାପାଳ ଙ୍କୁ ମଧ୍ଯ ଦାବିପତ୍ର ଦିଆଯାଇଛି।ଖବର ନେବା ରେଜଣାପଡିଛି।ଆସିକା ପାର୍ବତୀ ଏସ୍ ହେଚ ଜି ସହ ବିଭିଗୀୟ ଅଧିକାରୀ ମାନେ ଏହି ଗୃପ ସହ କମିଶନ କାରବାର କରିଏହି ଗୃଫକୁ ଜିଲାବ୍ଯାପି ସମସ୍ତ ଅଙ୍ଗନବାଡି କେନ୍ଦ୍ର କୁ ଅଣ୍ଡା ଯୋଗାଇବା ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଫଳରେ ଅଣ୍ଡା ବଣ୍ଟନରେ ବାଧା ସୃଷ୍ଟି ହେବାସହ ହିତାଧିକାରୀ ମାନେ ତାଜା ଅଣ୍ଡା ପାଇବେ ନାହିଁ ବୋଲି ମଧ୍ଯ ଅଭିଯୋଗ ହେଉଛି।ଏଣୁ ପୂର୍ବଭଳିଅଣ୍ଡା ଅଙ୍ଗନବାଡି କର୍ମୀମାନେ କିଣି ବାଣ୍ଟିବା ବ୍ଯବସ୍ଥା କରିବାକୁ ନତୁବା ଯେଉଁ ବ୍ଳକପାଇଁ ସେହି ବ୍ଳକର ଏସ୍ ହେଚ ଜି ମାଧ୍ୟମରେ ଅଣ୍ଡା ବଣ୍ଟନ କରିବାକୁ ଦାବି ହେଉଛି ।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି