ଗଞ୍ଜାମ,୧୫/୦୪/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ଭାଇରସ ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଥିବା ବେଳେ ଏବଂ ଏଥିନିମନ୍ତେ ସାରାଦେଶ ଲକ୍ ଡାଉନ ଥିବା ବେଳେ ଏହାକୁ ପ୍ରତିହତ କରିବା ପାଈଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଏବଂ ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଗୁରୁତ୍ଵ ଦେଉଥିବା ବେଳେ କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବଜାର ସ୍ଥିତ ଈଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଆଜି ବହୁ ଲୋକ ସାମାଜିକ ଦୂରତା କୁ ଜମାରୁ ମାନୁ ନଥିବାର ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବ୍ୟାଙ୍କ୍ ମ୍ୟାନେଜର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇନଥିଲ। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଜନସାଧାରଣ ରେ ଦାବୀ ହୋଇଛି ।