ଦିଗପହଣ୍ଡି,୧୬/୦୪/୨୦୨୦(ଗଦାଧର ଶୁକ୍ଳ)
ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ପଦ୍ମନାଭପୁର ଗ୍ରାମର।ଗୁରୁବାର ସକାଳ ୧୧ଘଣ୍ଟ ସମୟରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ, ଚିକିଟି ଏସଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ,ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ଡାକୁଆ ନିଜ ନିଜ ଦଳବଳ ନେଇ କରୋନା ସଚେତନତା ପାଇଁ ପଦ୍ମନାଭପୁର ଗ୍ରାମରେ ପହଞ୍ଚି ଥିଲେ।ଏହି ୪ ମହାରଥୀ ସାହି କୁ ସାହି ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସମୟରେ ଲୋକ ମାନେ ସ୍ବତଃପୂର୍ତ୍ତ ଭାବେ ସେମାନଙ୍କ ଉପରକୁ ପୁଷ୍ପ ବୃଷ୍ଟି କରି ସମ୍ବର୍ଦ୍ଧିତ କରିଥିଲେ।ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ଏହା ଯେ ତହସିଲଦାର ଜଣେ କର୍କଟ ରୋଗୀ ହୋଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟ ରେ କେବେ ହେଲେ ହେଳା କରୁନାହାନ୍ତି, ଏପରି କି କୌଣସି ବିଷୟ ନେଇ ରାତି ୧୨ଟା ବି ଫୋନ କଲେ ସେ ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଅନ୍ତି।କହିବାକୁ ଗଲେ କର୍ତ୍ତବ୍ୟ ଆଗରେ ମୁଣ୍ଡ ନୁଆଁଇଛି ରୋଗ।ତେଣୁ ଲୋକଙ୍କ କହିବା କଥା ଏହି ମାନଙ୍କ ପାଇଁ ହିଁ ଅଂଚଳରେ ଲକଡ଼ାଉନ ସଫଳ ହୋଇଛି।ଏହି ମାନଙ୍କୁ ସହଯୋଗ କରିଥିଲେ ସ୍ଥାନୀୟ ସରପଞ୍ଚ ବି କ୍ରିଷ୍ଣା ରାଓ ସୁବୁଦ୍ଧି,ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ , କିଛି ସମାଜସେବକ ଓ ସାମ୍ବାଦିକ ବନ୍ଧୁ ମାନେ।