ଜରୁରୀ ପରିସ୍ଥିତି ରେ ମହିଳାଙ୍କ ଦୁଃ ସାହସିକ କାର୍ଯ୍ଯ

0
271

 

ବ୍ରହ୍ମପୁର , ୧୭/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ସହର ଉପକଣ୍ଠ ଲୋଚାପଡା ର D ଲକ୍ଷ୍ମୀ ପାତ୍ର ଗତ ୧୪ ତାରିଖରେ ବ୍ରହ୍ମପୁର ବଡ ମେଡିକାଲ ରେ ତାଙ୍କର ଟ୍ୟୁମର ଅପରେସନ ପାଇଁ ଆସିଥିଲେ । କିନ୍ତୁ ତାଙ୍କର ରକ୍ତ ଅଭାବ କାରଣରୁ ଅପରେସନ ହୋଇପାରିନଥିଲା ଏବଂ ସେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ। ଡାକ୍ତର ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ମାତ୍ର ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା l ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ ହୋଇପଡିଥିଲା। କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ଲକ୍ଷ୍ମୀ ଙ୍କ ସମ୍ପର୍କୀୟ ଫୋନ୍‌ କରି ଜଣାଇଥିଲେ। ଏହା ପରେ ଜଣେ ସ୍ବେଛାସେବୀ ବ୍ୟକ୍ତି ‘ଓ ପଜିଟିଭ’ ରକ୍ତ ଆବଶ୍ୟକ ଥିବା ଖବରକୁ ବିଭିନ୍ନ ଗ୍ରୁପରେ ପୋଷ୍ଟ କରିଥିଲେ। ଏହା ଦେଖି ବ୍ରହ୍ମପୁରର ଚନ୍ଦ୍ରପ୍ରଭା ସାହି ଅନନ୍ୟା ପଣ୍ଡା ତୁରନ୍ତ ନିଜ ସ୍କୁଟି ଯୋଗେ ମେଡିକାଲରେ ପହଞ୍ଚିଥିଲେ। ସେ ରକ୍ତ ଦେବା ପରେ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟ ରେ ପରିବର୍ତନ ହୋଇଥିଲେ। କରୋନା ସମୟରେ ଯୁବତିଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି।

LEAVE A REPLY

Please enter your comment!
Please enter your name here