ଚର୍ଚ୍ଚା ରେ ରାମେୟାପାଟଣା, ମନ୍ତୀ ଓ ସାସଂଦ ଙ୍କ ପ୍ରତିଶ୍ରୁତି ପାଣି ରେ ଗାର

0
313

ବ୍ରହ୍ମପୁର:(୧୪/୮) ରଙ୍ଗେଇଲୁଣ୍ଡା ବ୍ଳକ ର ରାମାେୟାପାଟଣା ଗ୍ରାମ ପୁଣି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ସମୁଦ୍ର କୂଳ ଠାରୁ ମାତ୍ର ୧କିମି ଦୂର ରେ ଥିବା ଏହି ଗାଁ କୁ ଘାରିଛି ଅଜଣା ଭୟ। ସମୁଦ୍ର କୂଳ ଲଙ୍ଘିବା କାରଣରୁ, ଏହି ଗାଁ ରେ ଥିବା ଗ୍ରାମବାସୀ ମାନେ ଅତ୍ଯନ୍ତ ଭୟଭୀତ ହୋଇପଡନ୍ତି। ଯେବେ ଲଘୁ ଚାପ ଜନିତ ସମୁଦ୍ର ରେ ଉଚ୍ଚ ଜୁଆର ସୃଷ୍ଟି ହେଲେ, ଏହି ଗ୍ରାମ ବାସୀ ମାନଙ୍କ ମଧ୍ଯ ରେ ଆତଙ୍କ ସୃଷ୍ଟି ହୋଇଯାଉଛି। କିନ୍ତୁ ପ୍ରଶାସନ ପକ୍ଷ ରୁ କୌଣସି ସ୍ଥାୟୀ ପ୍ରତିକାର ଗ୍ରହଣ କରାଯାଉ ନାହିଁ। ୨୦୦୮-୨୦୦୯ ବର୍ଷ ରେ ସେତେବେଳେ ର ରାଜସ୍ବ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ଭି. କାର୍ତ୍ତିକ ପାଣ୍ଡିଆନ, ବିଧାୟିକା ଉଷା ଦେବୀ ପ୍ରମୂଖ ସେଠାରେ ଗାର୍ଡଓ୍ବାଲ ନିର୍ମାଣ ସହ ସ୍ଥାନାନ୍ତର ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ସେହି ପ୍ରତିଶ୍ରୁତି ପାଣି ରେ ଗାର ହୋଇଯାଇଛି। ତାହା ଠାରୁ ବଡ ଆଶ୍ଚର୍ଯ୍ୟ କଥା, ବାହୁଦା ନଦୀ ମୁହାଣ, ଯାହା ପ୍ରଶାସନ ଖୋଳିବା କଥା,ସେ କାର୍ଯ୍ୟ କୁ ଗ୍ରାମବାସୀ ମାନଙ୍କ ଉଦ୍ୟମ ରେ ହୁଏ। ଆଜି କାହାରି ମନେ ନାହିଁ, ଯେ, ରାମେୟାପାଟଣା ବାସୀ କେମିତି କାଳାତିପାତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here