ଘଣ୍ଟାଏ ଅସରାଏ ବର୍ଷା ରେ ବ୍ରହ୍ମପୁର ବେହା୍ଲ କେ. ସି. ଟାଉନ ହାଇସ୍କୁଲ ରେ ପଶିଲା ପାଣି

0
312

ବ୍ରହ୍ମପୁର, ୨୦/୮/୧୯ ଆଜି ସହର ରେ ଅସରାଏ ବର୍ଷା ରେ ସହର ଅବସ୍ଥା ବେହା୍ଲ ହୋଇଯାଇଛି।ଖୋଦ ମହାନଗର ନିଗମ କାର୍ଯାଳୟ ନିକଟ ଅଂଚଳ ରେ ବନ୍ୟା ପରି ମନେ ହୋଉଥିଲା।
ବିଏମସି ନାଳ ନର୍ଦମା ସଫେଇ ଓ ପୂନଃ ଉଦ୍ଧାର ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ,ଆଜି ର ଘଣ୍ଟାଏ ଅସରାୟ ବର୍ଷାରେ ବ୍ରହ୍ମପୁର ମହାନଗର ନିଗମକୁ କୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତା ନାଳ ପାଣିରେ ପରିପୂର୍ଣ୍ଣ ହୋଇଯାଇଛି l ପ୍ରକାଶ ଥାଉକି ବିଏମସି ପାଖରେ ଥିବା କେ.ସି.ଟାଉନ ସ୍କୁଲରେ ପାଣି ପଶିଯିବାରୁ ସ୍କୁଲର ଛାତ୍ର ମାନେ ନିଜ ନିଜ କକ୍ଷରେ ଥିବା ଟେବୁଲ ଓ ଚେୟାର ଉପରେ ଆଶ୍ରୟ ନେଇଛନ୍ତି ଏଥିରୁ ବାଦ ପଡ଼ିନାହାନ୍ତି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ l ଏହା ସହ କlମ୍ପ ସାହି ରେ ରହୁଥୁବା ଲୋକମାନେ ନାହିଁ ନଥିବାର ଅସୁବିଧl ର ସମ୍ମୁଖୀନ ହୋଇଛନ୍ତି l ବ୍ରହ୍ମପୁରରେ ଅଳ୍ପ ବର୍ଷା ହେଲେ ବାରମ୍ବାର କୃତିମ ବନ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ବିଏମସିର ଏଥିପ୍ରତି ନିଘା ନାହିଁ l ବର୍ଷା ଋତୁ ପୂର୍ବରୁ ବିଏମସି କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁଁ ଏପରି ପରସ୍ଥିତି ଦେଖା ଯାଇଛି। ଏଥିପ୍ରତି ତୁରନ୍ତ ଏକ ବଡ଼ ପଦକ୍ଷେପ ନେବା ସହ ନାଳ ଗୁଡିକର ପୂନଃ ଉଦ୍ଧାର ସହ ସମ୍ପ୍ରସାରଣ କରିବା ଦରକାର l

LEAVE A REPLY

Please enter your comment!
Please enter your name here