ଗଞ୍ଜାମ ଜିଲ୍ଲା ବିଜେଡ଼ି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0
183
  • ସୋରଡ଼ା,୧୦/୯- ଗଞ୍ଜାମ ଜିଲ୍ଲା ବିଜେଡ଼ି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସୋରଡ଼ା ଘାଇ ନିକଟରେ ଥିବା ପାର୍କ ପରିସର ରେ ଜିଲ୍ଲା ବିଜେଡି ସଭାପତି ଡ଼. ପ୍ରଦୀପ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର ମନ୍ତୀ ବିକ୍ରମ କେଶରୀ ଆରୁଖ, ଗଂଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ମହେଶ୍ୱର ମହାନ୍ତି,ଆସିକା ସାଂସଦ ପ୍ରମିଳା ବିଷୋୟୀ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୌଦ୍ୟ ଓ ଜିଲ୍ଲାର ବିଜେଡ଼ିର ଯୁବ,ଛାତ୍ର,ମହିଳା।ସମସ୍ତ କର୍ମକତ୍ତା ଯୋଗ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ୨୨ଟା ବ୍ଲକ ଅଧକ୍ଷ,ବ୍ଲକ ବିଜେଡି ସଭାପତି,ଜିଲାପରିଷଦ ର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସାମିଲ ହୋଇଥିଲେ।
    ନବୀନ ସରକାରଙ୍କ 5T ଉପରେ ଗୁରୁତ୍ୱ ଦେଇ ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନତି ରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ବିଜେଡି ର ପ୍ରାୟ ତିନି ହଜାର ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here