ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

0
319

ହିଞିଳିକାଟୁ ୧୭/୯ (ନିପ୍ର) ହିଞିଳିକାଟୁ ସହର ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସଂକ୍ରାନ୍ତି ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।ଏହି ଅବସରରେ ବିଶ୍ବବିନ୍ଧାଣି ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତି ସୁସଜିତ ପୂଜା ମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା ।ପରେ ହୋମଯଜ୍ଞ,ନାମ, ପୁରାଣ ପାଠ ସାମୁହିକ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷ କରି ହିଞିଳିକାଟୁ ଅଞ୍ଚଳର ପୂର୍ବ ତାଲୁକା ମହାରଣା ବିଶ୍ୱକର୍ମା ମନ୍ଦିର, ବିଦ୍ୟୁତ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ, ଜଳସେଚନ ବିଭାଗ,ଯାନ୍ତ୍ରିକ ବ୍ୟବସାୟିକ ପ୍ରତିଷ୍ଠାନ, ଲୁହା ଗ୍ରିଲ ଦୋକାନ ବଜାର ପୂଜା କମିଟି ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଛି ।ଏହି ଉତ୍ସବରେ ବିଭାଗୀୟ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here