ଭିଜିଲାନ୍ସ ଜାଲ ରେ ଏମକେସିଜି ମେଡିକାଲ କଲେଜ ହସପିଟାଲ ର କନିଷ୍ଠ କିରାଣୀ

0
251

ବ୍ରହ୍ମପୁର,୧୭/୯- ଭିଜିଲାନ୍ସ ଜାଲ ରେ ଏମକେସିଜି ମେଡିକାଲ କଲେଜ ହସପିଟାଲ ର କନିଷ୍ଠ କିରାଣୀ ଅଜିତ କୁମାର ସାହୁ ।ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ତରଫରୁ ହୋଇଛି ଚଢାଉ।ଏକା ସାଙ୍ଗ ରେ ୫ ଟି ସ୍ଥାନ ରେ ଚଢାଉ ଚାଲିଛି। ଆମ୍ବପୁଆ କଳିଙ୍ଗ ନଗର ସ୍ଥିତ ଡୁପ୍ଲେକ୍ସ କୋଠା, ଗଜପତି ନଗର-୭ମ ଲାଇନ ରେ ଥିବା ୩ମହଲା ଘର, ଲାଞିପଲ୍ଲି ସ୍ଥିତ ୩ମହଲା ଘର, ଏମକେସିଜି ମେଡିକାଲ କଲେଜ ହସପିଟାଲ ପରିସର ରେ ଥିବା କାର୍ଯ୍ୟାଳୟ ସମେତ ଲାଞିପଲ୍ଲି ସ୍ଥିତ ଚନ୍ଦନା ଟ୍ରେଡସ ନାମକ ସିମେଣ୍ଟ ଗୋଦାମ ଘର ରେ ଭିଜିଲାନ୍ସ ର ଚଢାଉ ଜାରି ରହିଛି।ଅଜିତ କୁମାର ସାହୁ ଙ୍କ ବିରୋଧ ରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ,ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ର ସର୍ଚ୍ଚ ଓ୍ବାରଣ୍ଟ ବଳ ରେ ଭିଜିଲାନ୍ସ ବିଭାଗ ଏହି ଚଢାଉ ଜାରିରଖିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ କେଶ ନଂ-୪/୧୯ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here