ପାରଳାଖେମୁଣ୍ଡି ୧୮/୯-
ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ପଦ୍ମନାଭ ବେହେରାଙ୍କ ଦିନିକିଆ ଗଜପତି ଗ୍ରସ୍ତ ଆସି ଜିଲ୍ଲାପାଳ ସମ୍ମିଳନି କକ୍ଷରେ କେନ୍ଦ୍ର ସରକାରଙ୍କ ନୂତନ ମୋଟର ସାଇକେଲ ଆଇନ୍ କାର୍ଯ୍ୟକାରୀତା ଓ ଜିଲ୍ଲାର ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ କିଭଳି ଚାଲିଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଆରଟିଓ ଅମେରେଶ ପାତ୍ର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର, ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରମୁଖ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାର ଅଗ୍ରଗତି , ସାଂସଦ ଓ ବିଧାୟକ ପାଣ୍ଠି ଅର୍ଥ ପ୍ରଭୃତି କିଭଳି ଓ କେଉଁ କେଉଁ ବାବଦରେ ଖର୍ଚ୍ଚ ହୋଇ ଯୋଜନା କାର୍ଯ୍ୟ ଚାଲିଛି ତାହା ପଚାରି ସମୀକ୍ଷା କରିଥିଲେ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ନୂତନ ମୋଟର ସାଇକେଲ ଆଇନ୍ କାର୍ଯ୍ୟକାରୀତା କିପରି ଚାଲିଛି ଟାୱାର ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ। ମୁଖ୍ୟତଃ ଆରଟିଓ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଯଥା ନୂତନ ମୋଟର ସାଇକେଲ ଆଇନ୍ ଜିଲ୍ଲାରେ କିଭଳି ଚାଲିଛି ୨୦୧୯-୨୦ରେ ମୋଟର ଭେହିକଲର କେତେ ପରିମାଣର ରାଜସ୍ବ ସଂଗ୍ରହ ହୋଇଛି ,ସଡକ ସୁରକ୍ଷା ଉପରେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ କିଭଳି କାର୍ଯ୍ୟକ୍ରମ ହୋଇଛି , ଡ୍ରାଇଭିଂଙ୍ଗ ପରୀକ୍ଷା କିଭଳି ଓ କେତେ ଦିନ ହେଲାଣି ପ୍ରମାଣ ପତ୍ର ଏବଂ କେତେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସବୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟର ଭେହିକଲ ଆଇନ ଲାଗୁ ହେବ ଲୋକ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ଅଧିକ ସଚେତନତା ହେଲେଣି। ଜିଲ୍ଲାରେ ଡ୍ରାଇଭିଂଙ୍ଗ ଲାଇସେନ୍ସ ପରୀକ୍ଷା ସରଳୀକରଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲ୍ୟୁସନ ବ୍ୟବସ୍ଥା ଜିଲ୍ଲାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା।
ରିପୋର୍ଟ:ପ୍ରଭାତ ପାତ୍ର