କନିଷ୍ଠ କିରାଣୀ ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ରେ ଫସିଲେ

0
163

ବ୍ରହ୍ମପୁର, ୧୮/୯- ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ରେ କନିଷ୍ଠ କିରାଣୀ।ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଜିତେନ୍ଦ୍ର ନାଥ ନାୟକ ୩୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତ ରେ ଧରା ପଡିଛନ୍ତି। ଦଣ୍ଡପାଣି ମଲ୍ଲିକ ନାମକ ଜଣେ ଗଣ ଶିକ୍ଷକ ଙ୍କୁ ଗୋଟିଏ ସ୍କୁଲ ରୁ ଅନ୍ୟ ସ୍କୁଲ ବଦଳି କରିବା ପାଇଁ କନିଷ୍ଠ କିରାଣୀ ଜିତେନ୍ଦ୍ର ନାଥ ନାୟକ , ଆଜି ଦିନ ୫ . ୩୫ ସମୟ ରେ ନିଜ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଧରିଛନ୍ତି।ତାଙ୍କୁ ଗିରଫ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏ ନେଇ ଭିଜିଲାନ୍ସ ବିଭାଗ ରେ ଏକ କେଶ ନଂ-୨୫/୧୯ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here