ଲେଖକ ତଥା ଜନସେବୀ ସଦାନନ୍ଦ ସୁବୁଦ୍ଧି ଙ୍କ ପରଲୋକ

0
185

ବ୍ରହ୍ମପୁର, ୨୨/୯- ବ୍ରହ୍ମପୁର ସହର ର ଜଣାଶୁଣା, ଆଧ୍ଯାତ୍ମିକବାଦୀ, ଲେଖକ, ତଥା ସମାଜସେବୀ କାଞ୍ଜିଓ୍ବାରି ସାହି ନିବାସୀ ସଦାନନ୍ଦ ସୁବୁଦ୍ଧି ଙ୍କ (୮୩) ଗୁରୁବାର ଅପରାହ୍ନ ରେ ପରଲୋକ ହୋଇଯାଇଛି। ସେ ଦୁଇମାସ ହେଲା ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ଭୂବନେଶ୍ୱର ସ୍ଥିତ କେୟାର ହସପିଟାଲ ରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅନ୍ତିମ ଶଯ୍ୟା ନିକଟ ରେ ଜେଷ୍ଠପୁତ୍ର ମଳୟ ସୁବୁଦ୍ଧି, ମଧ୍ଯମ ପୁତ୍ର ତଥା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି ସମେତ କନିଷ୍ଠ ପୁତ୍ର, ଦୁଇ ଝିଅ, ଜ୍ବାଇଁ, ୧୦ ଜଣ ନାତିନାତୁଣୀ ଉପସ୍ଥିତ ଥିଲେ।
ସେ ଜଣେ ମେଳାପୀ, ମିଷ୍ଟଭାଷି, ଲେଖକ ଏବଂ ସୁବକ୍ତା ଭାବେରେ ପରିଚିତ ଥିଲେ। ତାଙ୍କର ବହୁ ଆଧ୍ଯାତ୍ମିକ ଲେଖା ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହୋଇଛି। ତାଙ୍କ ମୃତ୍ୟୁ ରେ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here